Kalahandi News: ହଠାତ ଭୁଶୁଡ଼ି ପଡିଲା ପୋଲ, ତଳକୁ ଖସି ପଡିଲା ଦୁଇଟି କାର
କଳାହାଣ୍ଡି: Kalahandi News ପୋଲ ଉପରେ ଯାଉଥିଲା କାର। ହଠାତ ଭୁଶୁଡ଼ି ପଡିଲା ପୋଲ। ଫଳରେ ଦୁଇଟି କାର ପୋଲ ତଳକୁ ଖସି ପଡିଲା। ଏପରି ଦୁର୍ଘଟଣା ଘଟିଛି କଳାହାଣ୍ଡି (Kalahandi News) ଜିଲ୍ଲା ଭବାନୀପାଟଣା ରାଜ୍ୟ ରାଜପଥ ୪୪ର ଏକ ପୋଲ ଉପରେ ଯାହା ଭବାନୀପାଟଣାରୁ ଥୁଆମୂଳ ରାମପୁରକୁ ସଂଯୋଗ କରୁଛି।
ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଥୁଆମୂଳ ରାମପୁର ରାସ୍ତାର ସାଈଧାମ ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ବ୍ରିଜ୍ ଟି ଭୁଶୁଡ଼ିଛି ପଡିଛି। ଭାଗିରଥୀ ପାର୍କ ନିକଟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଯେଉଁ ସମୟରେ ବ୍ରିଜ୍ଟି ଭୁଶୁଡ଼ି ପଡ଼ିଲା, ସେହି ସମୟରେ ୨ଟି କାର୍ ଯାଉଥିଲା। ଏହି ୨ଟି କାର୍ରେ ୭ ଜଣ ଯାତ୍ରୀ ଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ପୁଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର କରାଯାଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁସାରେ ବ୍ରିଜ୍ ବହୁ ପୁରୁଣା ଥିଲା। ଏହାର ଉପଯୁକ୍ତ ମରାମତି କିମ୍ବା ବିକଳ୍ପ ରାସ୍ତା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବାର ଆବଶ୍ୟକତା ଥିଲା।
Read Also
- Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର

- Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ

- Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି

- PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ

- Gold Rate Today: ଆଜିର ସୁନା ଦର, ଦିନେ ବଢୁଛି ଦିନେ କମୁଛି

