କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କରୋନା ସଂକ୍ରମିତ
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ କରୋନା ସଂକ୍ରମିତ ହୋଇଛନ୍ତି। ସେ ନିଜେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, ମୋର କରୋନା ଭାଇରସ୍ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି ଏବଂ ନିର୍ଦ୍ଦେଶାବଳୀ ଅନୁଯାୟୀ ମୁଁ ଘରେ କ୍ୱାରାଣ୍ଟାଇନ୍ ରେ ଅଛି।
ସେ କହିଛନ୍ତି ଯେ,ଯେଉଁ ଲୋକମାନେ ମୋ ସମ୍ପର୍କରେ ଆସିଛନ୍ତି ସେମାନଙ୍କ ଉପରେ ସ୍ୱାସ୍ଥ୍ୟ ଦଳ ଅନୁସନ୍ଧାନ କରିବେ। ଏହା ସହିତ ସେ ନିଜ ବନ୍ଧୁ ଏବଂ ସହକର୍ମୀମାନଙ୍କୁ ମଧ୍ୟ ନିଜର ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି।