ବାହ୍ୟଜଗତରୁ ବିଛିନ୍ନ ଜୟନ୍ତରା ମହାପାତ୍ର ସାହି

Share this:

ଦଶରଥପୁର: ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଜୟନ୍ତରା ମହାପାତ୍ର ସାହି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛି। ଗତ ୨ଦିନ ତଳେ ବୈତରଣୀ ନଦୀରେ ହଠାତ୍ ବନ୍ୟା ଜଳ ଆସିବା ଯୋଗୁଁ ସାହିର ୬୦ ପରିବାରର ୨ଶହ ଲୋକ ଜଳବନ୍ଦୀ ଭାବେ ଜୀବନ କାଟୁଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଏବଂ ମନ୍ତ୍ରୀଙ୍କୁ ଲୋକେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଲୋକଙ୍କ କହିବା ଅନୁସାରେ, ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଜଳ ଘେରରେ ଅଛନ୍ତି ସେମାନଙ୍କୁ ଖାଦ୍ୟ କିମ୍ବା ପାନୀୟ ଜଳ ମିଳୁନାହିଁ। ଲୋକ ବାଧ୍ୟ ହୋଇ ବନ୍ୟାଜଳକୁ ପିଉଛନ୍ତି। ଅସୁସ୍ଥ ରୋଗୀଙ୍କୁ ଗାଁରୁ ଟ୍ୟୁବ ସାହଯ୍ୟରେ ପାଣିରେ ପହଁରି ଡାକ୍ତରଖାନା ନେବାକୁ ପଡୁଛି।

ସାହିର ଲୋକେ ସହଯୋଗ ପାଇଁ ବାରମ୍ବାର ଫୋନ୍ ଯୋଗେ ନିବେଦନ କରିଥିଲେବି ୨ଦିନ ହୋଇଗଲାଣି  ସରକାରୀ ଲୋକଙ୍କ ଦେଖାମିଳୁ ନାହିଁ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ଲୋକଙ୍କ କହିବା ଅନୁସାରେ ବନ୍ୟାଜଳରେ ନଳକୂପ ବୁଡ଼ି ଯାଇଥିବାରୁ ପାନୀୟ ଜଳ ଟିକେ ମିଳୁ ନାହିଁ। ଡଙ୍ଗାଟିଏ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଲୋକଙ୍କ କହିବା ଅନୁସାରେ ଗାଁଠୁ ମୁଖ୍ୟବନ୍ଧ ପର୍ଯ୍ୟନ୍ତ ଲମ୍ବିଥିବା ସଂଯୋଗୀ ରାସ୍ତା ନୀଚ୍ଚ ହୋଇଥିବାରୁ ନଦୀରେ ପାଣି ଆସିବା କ୍ଷଣି ଏହି ଅଞ୍ଚଳ ପ୍ରତିବର୍ଷ ଜଳ ଘେରରେ ରହୁଛି। ବାହ୍ୟ ଜଗତରୁ ଯୋଗାଯୋଗ ବିଚ୍ଛିନ୍ନ ହେଉଛି। ତେଣୁ ଏହି ସଂଯୋଗୀ ରାସ୍ତାକୁ ଉଚ୍ଚ କରାଯିବା ସହିତ ଏକ ବ୍ରିଜ କରିବାକୁ ପ୍ରସ୍ତାବ ରହିଥିବା ବେଳେ ସଂପୃକ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଏଦିଗରେ ଦୃଷ୍ଟି ଦେଉନାହିଁ। ବର୍ତ୍ତମାନ ସମୟରେ ଭୋକ ଉପାସରେ ଲୋକେ ଜୀବନ କାଟୁଥିବା ବେଳେ ପାଖରେ ପିଇବା ପାଣି ଟିକେ ମିଳୁନଥୁବା ଦୁଃଖର ସହିତ କହିଛନ୍ତି। ଏହି ସାହିର ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି।

Also Read :

Share this: