ଦେଶରେ କରୋନା ଆରୋଗ୍ୟ ହାର ୭୮ ପ୍ରତିଶତ,ସଂକ୍ରମିତ ରାଜ୍ୟ ମଧ୍ୟରେ ଓଡ଼ିଶା ୬ରେ

Share this:

ଭୁବନେଶ୍ଵର: କରୋନା ଆରୋଗ୍ୟ ହାରରେ ଦେଶ ଆଉ ଏକ ସଫଳତାର ମାଇଲଖୁଣ୍ଟ ଛୁଇଁଞ୍ଚି। ଏହି ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଏହା ଶତକଡା ୭୮ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୭ ହଜାର ୫୧୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏହାଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୭ ଲକ୍ଷ ୮୦ ହଜାର ୧୦୭ ରେ ପହଞ୍ଚିଛି। ଆରୋଗ୍ୟ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ବ୍ୟବଧାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ଦେଶରେ ବର୍ତ୍ତମାନ ୯ ଲକ୍ଷ ୮୬ ହଜାର ୫୯୮ ଜଣ ସକ୍ରିୟ ରୋଗୀ ଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ପାଖାପାଖି ୨୭ ଲକ୍ଷ ୯୩ ହଜାର ୫୦୯ରେ ପହଞ୍ଚିଛି। ସକ୍ରିୟ ରୋଗୀଙ୍କ ମଧ୍ୟରୁ ଶତକଡା ୬୦ ଭାଗରୁ ଉର୍ଦ୍ଧ୍ଵ ୫ ଟି ରାଜ୍ୟ ଯଥା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଓ ତାମିଲନାଡୁରୁ ଆସିଛନ୍ତି। ଏହି ରାଜ୍ୟଗୁଡିକରୁ ଶତକଡା ୬୦ ଭାଗ ଆରୋଗ୍ୟ ଲାଭ ମଧ୍ୟ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୨ ହଜାର ୭୧ଟି ନୂଆ ମାମଲା ଆସିଥିବା ବେଳେ ସେଥିମଧ୍ୟରୁ ମହାରାଷ୍ଟ୍ରରୁ ସର୍ବାଧିକ ୨୨ ହଜାର ଓ ଆନ୍ଧ୍ରପ୍ରଦେଶରୁ ୯ ହଜାର ୮୦୦ରୁ ଉର୍ଦ୍ଧ୍ଵ ରହିଛନ୍ତି। ପାଖାପାଖି ମୋଟ ମାମଲାର ଶତକଡା ୬୦ଭାଗ ୫ ଟି ରାଜ୍ୟ ଯଥା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରୁ ରହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପାଖାପାଖି ଶତକଡା ୫୩ ଭାଗ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶର ବୋଲି ଜଣାପଡିଛି। ଏହା ପଛକୁ ତାମିଲନାଡୁ, ପଞ୍ଜାବ ଓ ଆନ୍ଧ୍ରପ୍ରଦେଶ ରହିଛନ୍ତି। ଗତକାଲି ମହାରାଷ୍ଟ୍ରରୁ ଶତକଡା ୩୬ ଅର୍ଥାତ ୪୧୬  ଜଣଙ୍କର ମୃତ୍ୟୁ ଘଟିଛି।

Also Read:

ବିଜେପି ସାଂସଦ ରବି କିଶନ ସଂସଦରେ ବଲିଉଡରେ ଡ୍ରଗ୍ସ ପ୍ରସଙ୍ଗ ଉଠାଇ କହିଲେ ତଦନ୍ତ ହେବା ଆବଶ୍ୟକ

ଓଡ଼ିଶାରେ ରେକର୍ଡ ସଂଖ୍ୟକ ଗୋଟେ ଦିନରେ ୪୧୯୮ କରୋନା ସଂକ୍ରମିତ ଚିହ୍ନଟ,ମୋଟ ଲକ୍ଷେ ୫୫ ହଜାର ପାର

Share this: