Asia Cup-2022 : ଭାରତ ଶ୍ରୀଲଙ୍କା ଠାରୁ ୬ ୱିକେଟରେ ପରାସ୍ତ, ଏସିଆ କପରୁ ବାହାର ଆଶଂକା

Share this:

ଦୁବାଇ : Asia Cup-2022: India Vs Srilanaka : ଏସିଆ କପ୍ 2022 ରେ ଟିମ୍ ଇଣ୍ଡିଆ (Team India) ମଙ୍ଗଳବାର ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ (Dubai International Cricket Stadium) ରେ ସୁପର ଫୋର୍ ରାଉଣ୍ଡର ଦ୍ୱିତୀୟ ମ୍ୟାଚ୍ ଫୋର୍‌ ଏ-୧ ଏବଂ ବି-୧ ମ୍ୟାଚ୍‌ ଖେଳିଛି। ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଶ୍ରୀଲଙ୍କା (Srilanka) ଦଳ ମଧ୍ୟ ଟିମ୍ ଇଣ୍ଡିଆକୁ ୬ ୱିକେଟରେ ପରାସ୍ତ କରିଛି।

ଏହି ମ୍ୟାଚ୍ ହାରିବା ପରେ ଟିମ୍ ଇଣ୍ଡିଆ ଏସିଆ କପରୁ ବାଦ ପଡିବା ଆଶଂକା ରହିଛି। ଟିମ୍ ଇଣ୍ଡିଆ ପୂର୍ବରୁ ରବିବାର ପାକିସ୍ତାନ ବିପକ୍ଷରେ ସୁପର ଫୋରର ପ୍ରଥମ ମ୍ୟାଚ୍ ଖେଳିଥିଲା। ଏହି ମ୍ୟାଚରେ ଟିମ୍ ଇଣ୍ଡିଆକୁ ପାଞ୍ଚ ୱିକେଟ୍ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

ମଙ୍ଗଳବାର ଭାରତ ଏବଂ ଶ୍ରୀଲଙ୍କା ମ୍ୟାଚରେ ଭାରତ ଦେଇଥିବା ୧୭୪ ରନ୍ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ୧୯.୫ ଓଭରରେ ୪ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା। ଦୃଢତାର ସହ ବ୍ୟାଟିଂ କରି ଟିମ ଶ୍ରୀଲଙ୍କା ୬ ୱିକେଟରେ ବିଜୟୀ ହୋଇଛି। ପଥୁମ ନିଶାଙ୍କା ୩୭ ବଲରେ ୫୨ ରନ କରିଥିବାବେଳେ କୁସାଲ ମେଣ୍ଡିସ୍ ୩୭ ବଲରେ ୫୭ ରନ ସଂଗ୍ରହ କରିଥିଲେ। ଯାହାକି ଦଳକୁ ବିଜୟ କରିବାରେ ମୁଖ୍ୟ ଭୂମିକା ନେଇଥିଲା।

ପୂର୍ବରୁ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ଗ୍ରହଣ ନେଇଥିଲା। ଭାରତୀୟ ଅଧିନାୟକ ରୋହିତ ଶର୍ମା (Rohit Sharma) ଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ପ୍ରଥମରୁ ବିପର୍ଯ୍ୟୟର ଶିକାର ହୋଇଥିଲା। ବିରାଟ କୋହଲି ୪ ଟି ବଲ ଖେଳି କୌଣସି ରନ୍‌ ନକରି ପାଭିଲିୟନ ଫେରି ଯାଇଥିବାବେଳେ କେଏଲ ରାହୁଲ ୭ ବଲ୍‌ ଖେଳି ୬ ରନ୍‌ କରି ଏଲବିଡବ୍ଲ୍ୟୁ ହୋଇଥିଲେ। କିନ୍ତୁ ଅଧନାୟକ ରୋହିତ ଶର୍ମା ୪୧ ବଲ୍‌ରେ ୭୨ ରନ୍‌ ଏବଂ ସୂର୍ଯ୍ୟ କୂମାର ଯାଦବ ୨୯ ବଲରେ ୩୪ ରନ୍‌ ସଂଗ୍ରହ କରିଥିଲେ। ଯାହାକି ଦଳକୁ ଜିତାଇ ପାରିନଥିଲା।

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *