ପଞ୍ଚଦଶ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ଘାଟନ

Share this:

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଞ୍ଚଦଶ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ  କୁ ଉଦ୍ଘାଟନ ଅବସରେ କହିଛନ୍ତି ଯେ ,କୋଭିଡ-୧୯ କାରଣରୁ ମାର୍ଚ୍ଚରେ  ହେବାକୁ ଥିବା ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ (India-EU Summit) କୁ ସ୍ଥଗିତ କରିବାକୁ ପଡିଥିଲା।  ତେବେ ସେ ଯାହା ହେଉ ଭଲକଥା ହେଲା ଆଜି ଆମେ ଭର୍ଚୁଆଲ ମାଧ୍ୟମରେ ଏକତ୍ର ହୋଇପାରିଛନ୍ତି। ସର୍ବପ୍ରଥମେ ମୁଁ ୟୁରୋପରେ କରୋନା ଭୂତାଣୁ ଦ୍ୱାରା ହୋଇଥିବା କ୍ଷତି ପାଇଁ ସମବେଦନା ପ୍ରକଟ କରୁଛି। ଆପଣମାନଙ୍କୁ ପ୍ରାରମ୍ଭିକ ମନ୍ତବ୍ୟ ପାଇଁ ଧନ୍ୟବାଦ। ଆପଣମାନଙ୍କ ପରି ମୁଁ ମଧ୍ୟ ଭାରତ ଏବଂ ୟୁରୋପୀୟ ସମୁଦାୟ ମଧ୍ୟରେ ସମ୍ବନ୍ଧକୁ ଅଧିକ ବିସ୍ତୃତ ଓ ନିବିଡ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଆମକୁ ଏକ ଦୀର୍ଘକାଳୀନ ରଣନୀତି ଗ୍ରହଣ କରିବାକୁ ପଡିବ।

ପ୍ରଧାନ ମନ୍ତ୍ରୀ କହିଲେ ଯେ,ଏହା ସହିତ ଏକ କାର୍ଯ୍ୟକ୍ରମଭିତ୍ତିକ କର୍ମସୂଚୀ ପ୍ରସ୍ତୁତ କରିବାକୁ ହେବ; ଯାହାଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମଗୁଡିକୁ କାର୍ଯ୍ୟକାରୀ କରାଯାଇପାରିବ। ଭାରତ ଏବଂ ୟୁରୋପୀୟ ସମୁଦାୟ ସ୍ୱାଭାବିକ ଅଂଶୀଦାର ଅଟନ୍ତି। ଆମର ଅଂଶୀଦାରୀ ବିଶ୍ୱରେ ଶାନ୍ତି ଏବଂ ସ୍ଥିରତା ପାଇଁ ଉପଯୋଗୀ ମଧ୍ୟ। ଏହି ବାସ୍ତବିକତା ଆଜି ମଧ୍ୟ ବୈଶ୍ୱିକ ସ୍ଥିତିରେ ଆହୁରି ସ୍ପଷ୍ଟ ହୋଇଯାଇଛି। ଆମେ ଉଭୟ ଗଣତନ୍ତ୍ର,ବହୁଳବାଦ, ସମାବେଶୀତା, ଆନ୍ତର୍ଜାତିକ ପ୍ରତିଷ୍ଠାନ ପ୍ରତି ସମ୍ମାନବୋଧ, ବହୁପକ୍ଷବାଦ, ସ୍ୱାଧୀନତା, ସ୍ୱଚ୍ଛତା ଭଳି  ସାର୍ବଜନୀନ ମୂଲ୍ୟବୋଧରେ ଅଂଶୀଦାର ଓ ବିଶ୍ୱାସୀ। କୋଭିଡ-୧୯ ପରେ ଆର୍ଥିକ କ୍ଷେତ୍ରରେ ବୈଶ୍ୱିକ ସ୍ତରରେ ନୂଆ ସମସ୍ୟାମାନ ସୃଷ୍ଟି ହୋଇଛି। ଏଥିପାଇଁ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ମଧ୍ୟରେ ଅଧିକ ସହଯୋଗର ଆବଶ୍ୟକତା ରହିଛି।

ପ୍ରଧାନ ମନ୍ତ୍ରୀ ପୁଣି କହିଲେ , ନାଗରିକଙ୍କୁ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଏହି ଦୁଇଟି ଆହ୍ୱାନର ସାମ୍ନା କରିବାକୁ ପଡୁଛି । ଆଇନଭିତ୍ତିକ ଆନ୍ତର୍ଜାତିକ ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ଚାପ ସୃଷ୍ଟି ହେଉଛି। ଏଥିରେ ଭାରତ-ୟୁରୋପୀୟ ସମୁଦାୟ ଅଂଶୀଦାରୀ, ଆର୍ଥିକ ପୁନଃନିର୍ମାଣରେ ଆଉ ଏକ ମାନବ କୈନ୍ଦ୍ରିକ ଏବଂ ମାନବତା କୈନ୍ଦ୍ରିତ, ବିଶ୍ୱାୟନ ବ୍ୟବସ୍ଥା ନିର୍ମାଣରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ। ତତ୍‌କାଳୀକ ଆହ୍ୱାନ ବ୍ୟତୀତ ଜଳବାୟୁ ପରିବର୍ତ୍ତନ ଭଳି ଦୀର୍ଘମିଆଦୀ ସମସ୍ୟାକୁ ମଧ୍ୟ ଆମ ଉଭୟଙ୍କ ପାଇଁ ପ୍ରାଥମିକତା ହୋଇଛି।

ଭାରତରେ ଅକ୍ଷୟଶକ୍ତିର ଉପଯୋଗକୁ ବଢାଇବା ପାଇଁ ସମଗ୍ର ୟୁରୋପକୁ ପୁଞ୍ଜିନିବେଶ ଏବଂ ଟେକ୍‌ନୋଲଜିର ବିନିଯୋଗ ପାଇଁ  ଭାରତ ନିମନ୍ତ୍ରଣ କରୁଛି ବୋଲି କହିଛନ୍ତି।

FROM THE WEB

Share this: