India Covid19 Updates: ୨୪ଘଣ୍ଟାରେ ୮୬ ହଜାର ୯୬୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ,୧୧୩୦ ମୃତ

Share this:

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଣ୍ଟାରେ ୮୬ ହଜାର ୯୬୧ ଜଣ ନୂଆ କରୋନା (Corona Positive) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତ ସଂଖ୍ୟା ୫୪ ଲକ୍ଷ ରୁ ଅଧିକ ହୋଇଛି। ଏହି ସମୟ ମଧ୍ୟରେ ୯୩ ହଜାର ୩୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୩୦ଜଣଙ୍କର ମୃତ୍ୟୁ ଘଟିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୪ ଲକ୍ଷ ୮୭ ହଜାର ୫୮୦ରେ ପହଞ୍ଚିଛି। ଏଥି ମଧ୍ୟରୁ ୧୦ ଲକ୍ଷ ୩୨ ହଜାର ୯୯ ଜଣ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି। ଦେଶରେ ମୃତ୍ୟୁସଂଖ୍ୟା ୮୭ ହଜାର ୮୮୨ ହୋଇଛି। ବର୍ତ୍ତମାନ ଦେଶର ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୩ ଲକ୍ଷ ୯୬ ହଜାର ୩୯୯ ଅଛି। ଭାରତରେ ମୃତ୍ୟୁ ହାର ୧.୬୧ ପ୍ରତିଶତ ଏବଂ ଆରୋଗ୍ୟ ହାର ୭୯.୬୮ ପ୍ରତିଶତ ଅଛି।

ADVERTISEMENT

Philips MMS8085B/94 2.1 Channel Convertible Multimedia Speaker System

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (Indian Medical Council Of Research) ସୂଚନା ଦେଇଛି ଯେ ସେପ୍ଟେମ୍ବର ୨୦  ପର୍ଯ୍ୟନ୍ତ କରୋନା ଚିହ୍ନଟ ପାଇଁ ମୋଟ ୬ କୋଟି ୪୩ ଲକ୍ଷ ୯୨ ହଜାର ୫୯୪ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୭ ଲକ୍ଷ ୩୧ ହଜାର ୫୩୪ ନମୁନା ପରୀକ୍ଷା କରାଯାଇଛି।

Also Read:

Pradhanmantri Jan-Dhan ଯୋଜନା ଖାତାଧାରୀଙ୍କୁ ବୀମା ସୁବିଧା

PM Modi: ସଂସଦରେ କୃଷି ବିଲ୍ ପାରିତ ହେବା ନେଇ କୃଷକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Share this: