ଭାରତରେ ଆରୋଗ୍ୟ ଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ;ଜାତୀୟ ଆରୋଗ୍ୟ ହାର ପ୍ରାୟ ୬୩ ପ୍ରତିଶତ

Share this:

କୋଭିଡ-୧୯ ର ପ୍ରତିରୋଧ ଏବଂ ନିୟନ୍ତ୍ରଣ ପାଇଁ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ଏବଂ ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯାଉଛି। କୋଭିଡ-୧୯ କ୍ଷେତ୍ରରେ କଣ୍ଟେନମେଣ୍ଟ କ୍ଷେତ୍ର, ନୀରିକ୍ଷଣ କାର୍ଯ୍ୟକଳାପ, ଠିକ ସମୟରେ ନିରାକରଣ ଏବଂ କ୍ଲିନିକାଲ ମ୍ୟାନେଜମେଣ୍ଟର ପ୍ରଭାବଶାଳୀ ପଦକ୍ଷେପ  ହେତୁ ଆଜି କୋଭିଡ-୧୯ ରୋଗୀଙ୍କ ଆରୋଗ୍ୟ ସଂଖ୍ୟା ୫ଲକ୍ଷ ଅତିକ୍ରମ କରିଛି। ଏପର୍ଯ୍ୟନ୍ତ କୋଭିଡ-୧୯ ର ୫,୧୫,୩୮୫ ରୋଗୀ ଆରୋଗ୍ୟ ହୋଇ ଡିସଚାର୍ଜ ହୋଇଛନ୍ତି। କୋଭିଡ୍ -୧୯ର ଆରୋଗ୍ୟ ମାମଲା ସଂଖ୍ୟା ସକ୍ରିୟ ମାମଲା ସଂଖ୍ୟା ୨,୩୧,୯୭୮ କୁ ଅତିକ୍ରମ କରିଛି।

ଏଥିସହିତ ଆରୋଗ୍ୟ ହାର ଆହୁରି ଉନ୍ନତ ହୋଇଛି ଏବଂ ୬୨.୭୮ପ୍ରତିଶତରେ ପହଞ୍ଚିଛି। ଗତ ଚବିଶ ଘଣ୍ଟା ମଧ୍ୟରେ, କୋଭିଡ -୧୯ ର ୧୯,୮୭୦ ରୋଗୀ ଭଲ     ହୋଇ ଡିସଚାର୍ଜ ହୋଇଛନ୍ତି। ବର୍ତ୍ତମାନ, ସମୁଦାୟ ୨,୮୩,୪୦୭ ସକ୍ରିୟ ମାମଲା ରହିଛି ଏବଂ ସମସ୍ତ ଗୁରୁତର ମାମଲା କେନ୍ଦ୍ର କିମ୍ବା ରାଜ୍ୟ ସରକାରୀ ଡାକ୍ତରଖାନାରେ ଡାକ୍ତରୀ ତତ୍ଵାବଧାନରେ  ଥିବାବେଳେ ପ୍ରାଥମିକ ଲକ୍ଷଣ ରୋଗୀ ଏବଂ ମଧ୍ୟମ ଲକ୍ଷଣ ରୋଗୀଙ୍କୁ ଘର ପୃଥକ ଭାବରେ ରଖାଯାଇଛି।

ସମ୍ପ୍ରତି ନୀତି ପରିବର୍ତ୍ତନ ଯେପରିକି ସମସ୍ତ ପଞ୍ଜୀକୃତ କାରୀଙ୍କୁ କୋଭିଡ -୧୯ ପାଇଁ ପରୀକ୍ଷା କରିବାକୁ ସୁପାରିଶ କରିବାକୁ ଅନୁମତି ଦେବା ଏବଂ ଆରଟି- ପିସିଆର   ର ପ୍ରବର୍ତ୍ତନ ତଥା ଦ୍ରୁତ ଆଣ୍ଟିଜେନ୍ ପଏଣ୍ଟ କେୟାର ପରୀକ୍ଷଣକୁ ଅନୁମତି ଦେବା ଫଳରେ ଦେଶରେ କୋଭିଡ-୧୯ପରୀକ୍ଷା ବହୁ ପରିମାଣରେ ବୃଦ୍ଧି ପାଇଛି। ଦେଶରେ ଆଇସିଏମଆର ର ଡାଇଗ୍ନୋଷ୍ଟିକ୍ ନେଟୱାର୍କ ଅଧୀନରେ, ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ୧,୧୮୦ ଲାବୋରେଟୋରୀ ମାଧ୍ୟମରେ ଏପର୍ଯ୍ୟନ୍ତ ଏକ କୋଟି ୧୩ ଲକ୍ଷ ୭ ହଜାର ୨ ନମୁନା ପରୀକ୍ଷା କରାଯାଇଛି। ପ୍ରତିଦିନ କରାଯାଉଥିବା ପରୀକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଗତକାଲି ୨,୮୨,୫୧୧ ନମୁନା ପରୀକ୍ଷା କରାଯାଇଥିଲା।

FROM THE WEB

Share this: