ଦେଶରେ କରୋନା ସୁସ୍ଥ ସଂଖ୍ୟା ପ୍ରାୟ ୨୧ଲକ୍ଷ, ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ୩ ଗୁଣ

Share this:

ନୂଆଦିଲ୍ଲୀ : ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ ଏବଂ ଘରୋଇ ଏକାନ୍ତବାସ (ସାଧାରଣ ଏବଂ ମଧ୍ୟମ ଲକ୍ଷଣଯୁକ୍ତ ମାମଲା କ୍ଷେତ୍ରରେ)ରୁ ମୁକ୍ତ ହେବା ସହିତ ଭାରତର ସମୁଦାୟ କୋଭିଡ-୧୯ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ସଂଖ୍ୟା ଆଜି ପାଖାପାଖି ୨୧ ଲକ୍ଷରେ ପହଞ୍ଚିଛି। ବ୍ୟାପକ ପରୀକ୍ଷଣ, ଦ୍ରୁତ ଚିହ୍ନଟ ଏବଂ ପ୍ରଭାବଶାଳୀ ଚିକିତ୍ସା ନୀତି ଯୋଗୁଁ ୨୦ ଲକ୍ଷ ୯୬ ହଜାର ୬୬୪ ଜଣ ରୋଗୀ ସଂକ୍ରମଣରୁ ମୁକ୍ତ ହେବା ସମ୍ଭବ ହୋଇପାରିଛି। ଚିକିତ୍ସା ମାନଦଣ୍ଡ ନିୟମାବଳୀକୁ ଦୃଷ୍ଟିରେ ରଖି ଅମ୍ଳଜାନ, ଆଇସିୟୁ ଏବଂ ହସ୍ପିଟାଲଗୁଡିକରେ ଦକ୍ଷ ଚିକିତ୍ସକ ଏବଂ ଉନ୍ନତ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ଦ୍ଵାରା ଆଶାନୁରୂପ ଫଳ ମିଳିପାରିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୫୮ ହଜର ୭୯୪ ରୋଗୀ ସୁସ୍ଥ ହୋଇଥିବା ବେଳେ ସୁସ୍ଥତା ହାର ପାଖାପାଖି ୭୩.୯୧ପ୍ରତିଶତ ରେ ପହଞ୍ଚିଛି ଓ ଏହା କ୍ରମାଗତ ଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।

ଦେଶରେ ସକ୍ରିୟ ରୋଗୀ ୬ ଲକ୍ଷ ୮୬ ହଜାର ୩୯୫ ଙ୍କ ତୁଳନାରେ ୧୪ ଲକ୍ଷ ୧୦ ହଜାର ୨୬୯ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି। ଅଧିକ ସୁସ୍ଥତା ହାର ରହିଥିବାରୁ ପ୍ରକୃତପକ୍ଷେ ମୋଟ ସଂକ୍ରମଣଙ୍କ ମଧ୍ୟରୁ କେବଳ ୨୪.୧୯ ପ୍ରତିଶତ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି।

ଅଧିକ ସଂଖ୍ୟକ ନମୁନା ପରୀକ୍ଷା କରାଯାଇ ଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ, ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ ଓ ସମୟୋଚିତ ଚିକିତ୍ସା ଯୋଗୁଁ ଆଜି ଦେଶରେ ମୃତ୍ୟୁ ହାର ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ କମ ହୋଇପାରିଛି। ଏହା କ୍ରମଶଃ ହ୍ରାସ ପାଇ ବର୍ତ୍ତମାନ ୧.୮୯ଶତକଡାରେ ପହଞ୍ଚିଛି। ଖୁବ କମ ସଂଖ୍ୟକ ରୋଗୀ ଭେଣ୍ଟିଲେଟର ସହାୟତାରେ ଚିକିତ୍ସିତ ହେଉଛନ୍ତି।

Read Also

ଆମାଜନର ବେଷ୍ଟ ଅଫ୍ ଟେକ୍ ବିକ୍ରୟ ୨୦୨୦ ଆରମ୍ଭ; ଲାପଟପ୍, ସ୍ମାର୍ଟଫୋନ୍ ବଡ଼ ରିହାତି କିଣିବାର ସୁଯୋଗ

ସ୍ଵଚ୍ଛ ସର୍ବେକ୍ଷଣ -୨୦୨୦ କ୍ରମାଗତ ଚତୁର୍ଥ ଥର ପାଇଁ ଇନ୍ଦୋର ସ୍ୱଚ୍ଛ ସହର, ଓଡିଶାରୁ ବ୍ରହ୍ମପୁର

Share this: