Coronavirus India: ଗତ ୨୪ ଘଣ୍ଟାରେ ୪୪,୮୭୮ ଜଣ ନୂଆ ସଂକ୍ରମିତ, ୫୪୭ ମୃତ
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ହେଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୪୪,୮୭୮ ନୂଆ କରୋନା ପଜିଟିଭ (Corona Virus) ଚିହ୍ନଟ ହୋଇଛନ୍ତି। ଏଥିସହିତ ୫୪୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଅନୁସାରେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୧,୨୮,୬୮୮ ରେ ପହଞ୍ଚିଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୨୮,୭୯୫ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୪,୮୪,୫୪୭ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ୮୧,୧୫,୫୮୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟା ରେ ୪୯,୦୭୯ ଜଣ ସୁସ୍ଥ ହୋଇଛନ୍ତି।
ଭାରତରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି।
With 44,878 new #COVID19 infections, India's total cases surge to 87,28,795. With 547 new deaths, toll mounts to 1,28,688
— ANI (@ANI) November 13, 2020
Total active cases are 4,84,547 after a decrease of 4,747 in the last 24 hrs.
Total cured cases are 81,15,580 with 49,079 new discharges in the last 24 hrs pic.twitter.com/69Ci9Ya8qd
Also Read | School Reopen: ରାଜ୍ୟରେ ଆସନ୍ତା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ