Ind vs Nz 2nd Odi Highlights: ନ୍ୟୁଜିଲାଣ୍ଡକୁ ୬୫ ରନ୍ରେ ପରାସ୍ତ କଲା ଭାରତ, ଚମକିଲେ ସୂର୍ଯ୍ୟକୁମାର
ମାଉଣ୍ଟ୍ ମୌଙ୍ଗନୁଇ: Ind vs Nz 2nd Odi Highlights: ଆଜି ରବିବାର ଖେଳାଯାଇଥିବା ଦ୍ଵିତୀୟ ଟି-୨୦ ମ୍ୟାଚରେ ଭାରତ (India) ଏହି ମ୍ୟାଚ୍ ରେ ନ୍ୟୁଜିଲାଣ୍ଡକୁ (New Zealand) ୬୫ ରନ୍ରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡକୁ ଭାରତ ୧୮.୫ ଓଭରରେ ୧୨୬ ରନ୍ରେ ଅଲ୍ଆଉଟ୍ କରିଛି।
ଶେଷ ହୋଇଥବା ଟି-୨୦ ପରାଜୟକୁ ଭୁଲି ଭାରତ ତାର ବିଜୟ ଯାତ୍ରା ଆରମ୍ଭ କରିଛି। ଟିମ ଇଣ୍ଡିଆ ତରଫରୁ ଦୀପକ ହୁଡ଼ା (Deepak Hooda) ସର୍ବାଧିକ ୪ଟି ୱିକେଟ୍ ନେଇଥିବାବେଳେ ୟୁଜବେନ୍ଦ୍ର ଚହଲ ଓ ମହମ୍ମଦ ସିରାଜଙ୍କୁ ୨-୨ଟି ୱିକେଟ୍ ମିଳିଥିଲା। ସେହିପରି ଭୁବନେଶ୍ଵର କୁମାର ଓ ୱାସିଂଟନ୍ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।
Advertisement
ଆଜିର ବିଜୟ ପରେ ଭାରତ ଚଳିତ ଟି-୨୦ ଶୃଙ୍ଖଳାରେ (Ind vs Nz 2nd Odi Highlights) ୧-୦ରେ ଆଗୁଆ ରହିଛି।
ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ସର୍ବାଧିକ ୬୧ ରନ୍ ସଂଗ୍ରହ କରିଥିଲେ। ସେ ୫୨ଟି ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ମାରି ଏହି ରନ୍ ସଂଗ୍ରହ କରିଥିଲେ। ଡେୱନ୍ କନଭେ ୨୨ ବଲ୍ ରୁ ୨୫ ରନ୍ ସଂଗ୍ରହ କରିଥିବାବେଳେ ଗ୍ଲେନ ଫିଲିପ୍ସ ୧୨ ରନ୍, ଡେରେଲ ମିଚେଲ ୧୦ ରନ୍ ସଂଗ୍ରହ କରିଥିଲେ।
ଘରୋଇ ଦଳ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା। ନ୍ୟୁଜିଲାଣ୍ଡକୁ ୧୯୨ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା ଭାରତ।
ଆଜି ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଚମକିଥିଲେ। ସେ ୫୧ଟି ବଲ୍ ଖେଳି ୧୧ଟି ଚୌକା ଓ ୭ଟି ଛକା ବଳରେ ଶତକ ହାସଲ କରିଥିଲେ। ଈଶାନ କିଶାନ ୩୧ଟି ବଲ୍ ଖେଳି ୩୬ ରନ୍ କରିଥିଲେ। ସେ ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଭାରତ ୧୯୧ ରନ୍ ସଂଗ୍ରହ କରିଥିଲା।

ସୂଚନାଯୋଗ୍ୟ ପ୍ରଥମ ଟି-୨୦ ବର୍ଷା ଯୋଗୁଁ ବାତିଲ ହୋଇଥିଲା ବେଳେ ତୃତୀୟ ତଥା ଶେଷ ଟି-୨୦ ଆସନ୍ତା ୨୫ ତାରିଖରେ ଖେଳାଯିବ।
Read Also | Social security in Odisha: ଭତ୍ତାଧାରୀଙ୍କୁ ମିଳିବ ୩୦୦ ଟଙ୍କାର ଶୀତ ସହାୟତା