ଗଞ୍ଜେଇ ଚାଲାଣ କରୁଥିବା ଦୁର୍ବୃତ୍ତଙ୍କ ମାଡ଼ରେ ହୋମଗାର୍ଡଙ୍କ ମୃତ୍ୟୁ

Share this:

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶନିବାର ବିଳମ୍ବିତ ରାତିରେ ଗଞ୍ଜେଇ ଚାଲାଣ କରୁଥିବା ଦୁର୍ବୃତ୍ତଙ୍କ ମାଡ଼ରେ ଜଣେ ହୋମଗାର୍ଡଙ୍କ ରବିବାର ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡ ଜଣଙ୍କ ହେଉଛନ୍ତି ବାଲିମେଳା ଥାନାର ବନବାସୀ ମହାରଣା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୂଚନାଅନୁସାରେ, ଗତକାଲି ରାତିରେ ଚିତ୍ରକୋଣ୍ଡାରୁ କିଛି ଲୋକ ଭାରରେ ଗଞ୍ଜେଇ ବୋହି ନେଉଥିଲେ। ଚୋରାବେପାରୀ  ଭାରରେ ଗଞ୍ଜେଇ ନେଇ ଜଙ୍ଗଲ ରାସ୍ତା ଦେଇ ଛତିଶଗଡ଼କୁ ଯାଉଥିବା ସମ୍ପର୍କରେ ବାଲିମେଳା ପୁଲିସ କୌଣସି ସୂତ୍ରରୁ ସୂଚନା ପାଇଥିଲା। ବାଲିମେଳା ପୁଲିସ୍ ସେମାନଙ୍କୁ ଧରିବା ଲାଗି ଗୋଡ଼ାଇଥିଲା।

ଗଞ୍ଜେଇ ଚାଲାଣକାରୀମାନେ ପୁଲିସ୍ ଉପରକୁ ପାଲଟା ଆକ୍ରମଣ କରିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ହୋମଗାର୍ଡ ବନବାସୀ ମହାରଣାଙ୍କୁ ଘେରି ଆକ୍ରମଣ କରିଥିଲ। ଏହାପରେ ବନବାସୀ ମହାରଣାଙ୍କୁ ଗୁରୁତର ଅବସ୍ଥାରେ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସାଧିନ ଅବସ୍ଥାରେ ହୋମଗାର୍ଡଙ୍କ ରବିବାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ଧାର ରାତିର ସୁଯୋଗ ନେଇ ଘଟଣାସ୍ଥାଳରୁ ଗଞ୍ଜେଇ ଚାଲାଣକାରୀମାନେ ଖସି ପଳାଇବାରେ ସଫଳ ହୋଇଛନ୍ତି। ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

Also Read:

Share this: