ସାରା ଓଡ଼ିଶାରେ ବର୍ଷା,ଆଗକୁ ଆହୁରି ବର୍ଷିବ; ରେଡ୍ ଓ୍ୱାର୍ଣ୍ଣିଂ ଜାରି

Share this:

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ଓଡ଼ିଶାରେ ବର୍ଷା ପ୍ରବଳରୁ ଅତିପ୍ରବଳ ହେଉଛି। ଫଳରେ ରାଜ୍ୟର ପ୍ରାୟ ନଦୀ ଫୁଲିବାରେ ଲାଗିଛି। ପ୍ରବଳ ବର୍ଷାରେ ରାସ୍ତାଘାଟ ଧୋଇ ନେଇ କିଛି ଜିଲ୍ଲାରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି। ଚାଷଜମିରେ ପାଣି ଜମି ରହିଥିବା ହେତୁ ଚାଷ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି। ବୈତରଣୀ ନଦୀ ଫୁଲିବା ଆରମ୍ଭ କରିଛି ଏବଂ ପାଣି ବିପଦ ସଙ୍କେତ ପାଖାପାଖି ପ୍ରଭାବିତ ହେଉଛି। ଇନ୍ଦ୍ରାବତୀ ନଦୀରେ ଜଳସ୍ତର ବଢୁଛି। ତଳିଆ ଅଞ୍ଚଳ ପାଣିରେ ବୁଡିରହିଛି।

ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁରରେ ସର୍ବାଧିକ୧୩୦.୬ ମିଲିମିଟର ବର୍ଷା ହୋଇଛି। ସେହିପରି କଟକରେ ୧ ୧୭.୨, ଯାଜପୁରରେ ୧୧୧.୮, କୋରାପୁଟରେ ୧୦୦.୮, କେନ୍ଦ୍ରାପଡ଼ାରେ  ୧୦୦.୨, ମାଲକାନଗିରିରେ ୯୮.୫, କଳାହାଣ୍ଡିରେ  ୮୮.୭, ଢେଙ୍କାନାଳରେ ୮୭, ଜଗତ୍‌ସିଂହପୁରରେ ୮୬.୩ ଏବଂ ଭଦ୍ରକରେ  ଜିଲାରେ ୮୫.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବ୍ଲକ ହିସାବରେ ଦେଖିଲେ  କଟକ ଜିଲ୍ଲା  ସାଲେପୁରରେ ସର୍ବାଧିକ ୩୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କଟକ ଜିଲା ସାଲେପୁର ବ୍ଲକରେ ସବକ ୩୦୦ ମିଲିମିଟର ବର୍ଷା ହୋଉ ଦେଳେ ନିଶ୍ଚିନ୍ତକୋଇଲି ବ୍ଲକରେ ୨୯୭.୫ ମିଲିମିଟର ବର୍ଷା ହୋଇଛି । ସେହିପରି କଳାହାଣ୍ଡି ଜିଲାର ଥୁଆମୁଳରାମପୁର ଚୁକରେ ୨ ୨୯,୪ ମିଲିମିଟର ବର୍ଷା ହୋଇଥିବା ବେଳେ ନବରଙ୍ଗପୁର ଜିଲାର ପାପଡ଼ାହାଣ୍ଡିରେ ୨୮୦ ଏବଂ ନବରଙ୍ଗପୁର ତୁଳରେ ୨୪୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ୪୭ଟି ବ୍ଲକରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୮୫ ବ୍ଲକରେ  ୫୦ରୁ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ହେଲେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼ ଓ ଦେବଗଡ। ଏହି ଜିଲ୍ଲା ଗୁଡିକରେ  ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ଦିଆଯାଇଛି।

ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗରେ ଆଉ ଏକ ଲଘୁଚାପ ସଂଗଠିତ ହେଉଛି। ଏହାର ପ୍ରଭାବରେ  ଉପକୂଳ ଓଡ଼ିଶା ରେ ରବଲ ବର୍ଷ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି। ଫଳରେ ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ, ସୁନ୍ଦରଗଡ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହେବ। ପାଣିପାଗ ବିଭାଗର ପୂର୍ବାନୁମାନ ସଂପର୍କରେ ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ  ଶାସନ ସଚିବ, ସ୍ଵତନ୍ତ୍ର  ରିଲିଫ କମିଶନର ଗୁରୁବାର ଜିଲ୍ଲାପାଳମାନଙ୍କ ସହିତ  ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ନେଇ ଆଲୋଚନା କରିଛନ୍ତି।

Also Read:

ଆମାଜନର ବେଷ୍ଟ ଅଫ୍ ଟେକ୍ ବିକ୍ରୟ ୨୦୨୦ ଆରମ୍ଭ; ଲାପଟପ୍, ସ୍ମାର୍ଟଫୋନ୍ ବଡ଼ ରିହାତି କିଣିବାର ସୁଯୋଗ

ଦେଶରେ କରୋନା ସୁସ୍ଥ ସଂଖ୍ୟା ପ୍ରାୟ ୨୧ଲକ୍ଷ, ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ୩ ଗୁଣ

ସ୍ଵଚ୍ଛ ସର୍ବେକ୍ଷଣ -୨୦୨୦ କ୍ରମାଗତ ଚତୁର୍ଥ ଥର ପାଇଁ ଇନ୍ଦୋର ସ୍ୱଚ୍ଛ ସହର, ଓଡିଶାରୁ ବ୍ରହ୍ମପୁର

Share this: