Assembly Election: ଚାରି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା, ପଶ୍ଚିମବଙ୍ଗ ନିର୍ବାଚନ ତାରିଖକୁ ନେଇ ମମତା ନାରାଜ
କୋଲକାତା/ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ଆଜି ୪ଟି ରାଜ୍ୟ ପଶ୍ଚିମବଙ୍ଗ(West Bengal), ଆସାମ (Assam), ତାମିଲନାଡ଼ୁ (Tamil Nadu) ଓ କେରଳ (Kerala) ଏବଂ ପୁଡୁଚେରି (Puducherry) ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିସନର (Chief Election Commissioner) ସୁନୀଲ ଆରୋରା (Sunil Arora) ଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ଏହା ସହ ରାଜ୍ୟରେ ଆଚରଣ ବିଧି କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ସରକାର କୌଣସି ନୂତନ ସରକାରୀ ଯୋଜନା ଘୋଷଣା କରିବାକୁ ସମର୍ଥ ହେବେ ନାହିଁ।
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ମାର୍ଚ୍ଚରୁ ମେ ମଧ୍ୟରେ ୮ ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ସମସ୍ତ ୨୯୪ ବିଧାନସଭା ଆସନର ଫଳାଫଳ ମେ ୨ ରେ ଘୋଷଣା କରାଯିବ। ବଙ୍ଗଳାରେ ମୋଟ ୨୯୪ ଟି ବିଧାନସଭା ଆସନ ଅଛି। ବିଧାନସଭାର କାର୍ଯ୍ୟକାଳ ମେ ୩୦, ୨୦୨୧ ରେ ଶେଷ ହେବ।
ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି ଯେ ଆସାମରେ ଭୋଟିଂ ମାତ୍ର୩ ରାଉଣ୍ଡରେ କରାଯିବ। ଏହା ବ୍ୟତୀତ ଗୋଟିଏ ପର୍ଯ୍ୟାୟରେ ତିନୋଟି ରାଜ୍ୟରେ ମତଦାନ ଅନୁଷ୍ଠିତ ହୋଇଥିବାବେଳେ ପଶ୍ଚିମବଙ୍ଗରେ ୮ ରାଉଣ୍ଡରେ ଭୋଟ୍ ଗ୍ରହଣ କରାଯିବ। ଏହା ଭୁଲ କଥା। ନିର୍ବାଚନ ଆୟୋଗର ଘୋଷଣା ପରେ ଖୁବ୍ ଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ମମତା ବାନାର୍ଜୀ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଆୟୋଗ ଗୋଟିଏ ଜିଲ୍ଲାରେ ଦୁଇ ତିନି ରାଉଣ୍ଡରେ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗରେ ମୋଟ ୨୯୪ ଟି ବିଧାନସଭା ଆସନ ଅଛି। ଏଥିମଧ୍ୟରୁ TMC ଗତ ଥର ୨୧୧ ଟି ଆସନରେ ଜିତିଥିବାବେଳେ କଂଗ୍ରେସ ଏବଂ ବାମପନ୍ଥୀ ଦଳ ୭୨ ଟି ସିଟ୍ ଜିତିଛନ୍ତି। ଭାରତୀୟ ଜନତା ପାର୍ଟିର ୩ ସି ବିଧାନସଭା ଟ ଜିତିଥିଲେ। ଏଥର ନିର୍ବାଚନରେ ଜିତିବା ପାଇଁ BJP ଏବଂ ଶାସକ TMC ନିଜର ସମ୍ପୂର୍ଣ୍ଣ ଶକ୍ତି ରଖିଛନ୍ତି। ଏଥି ସହିତ କଂଗ୍ରେସ-ବାମପନ୍ଥୀ ଦଳ ଏକତ୍ର ତୃତୀୟ କୋଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।
ଆସାମ: ଆସାମରେ ଏଥର ତିନୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ ଓ ଫଳାଫଳ ମେ ୨ ତାରିଖରେ ଘୋଷଣା ହେବ। ୨୭ ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ, ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଏପ୍ରିଲ ୬ରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ।
କେରଳ: କେରଳରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ଏପ୍ରିଲ ୬ ତାରିଖରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ହେବ ଏବଂ ଫଳାଫଳ ମେ ୨ ତାରିଖରେ ଘୋଷଣା ହେବ।
ତାମିଲନାଡୁ: ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ଏପ୍ରିଲ ୬ ତାରିଖରେ ତାମିଲନାଡୁର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏହାର ଫଳାଫଳ ମେ ୨ ତାରିଖରେ ଘୋଷଣା ହେବ।
ପୁଡୁଚେରି: କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରିରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଠାରେ ଏପ୍ରିଲ ୬ ତାରିଖରେ ମତଦାନ ହେବ। ଏହାର ଫଳାଫଳ ମେ ୨ ତାରିଖରେ ଘୋଷଣା ହେବ।
Also Read | Odisha Assembly Updates: ଯୋଗ୍ୟତା ଭିତ୍ତିରେ ଆନ୍ଦୋଳନରତ ଏଏନ୍ଏମ୍ଙ୍କୁ ମିଳିବ ନିଯୁକ୍ତି