ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା; କହିଲେ ସମ୍ପର୍କରେ ଆସିଥିବା ଲୋକ ଟେଷ୍ଟ କରନ୍ତୁ
ନୂଆଦିଲ୍ଲୀ : ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସେ ନିଜେ ଏକ ଟୁଇଟ୍ ମାଧ୍ୟମରେ ଏହା ଜଣାଇଛନ୍ତି। ସେ ଲେଖିଛନ୍ତି , ମୁଁ କିଛି କାମ ପାଇଁ ଡାକ୍ତରଖାନା ଯାଇଥିଲି, ସେଠାରେ କରୋନା ପରୀକ୍ଷା କରିବା ଉପରେ ମୋର ରିପୋର୍ଟ ପଜିଟିଭ ଆସିଛି। ମୋ ସହିତ ଗତ ସପ୍ତାହରେ ଯୋଗାଯୋଗ କରିଥିବା ଲୋକଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଜକୁ ଅଲଗା କରନ୍ତୁ ଏବଂ ସେମାନଙ୍କର କରୋନା ପରୀକ୍ଷା କରାଇନିଅନ୍ତୁ।
On a visit to the hospital for a separate procedure, I have tested positive for COVID19 today.
— Pranab Mukherjee (@CitiznMukherjee) August 10, 2020
I request the people who came in contact with me in the last week, to please self isolate and get tested for COVID-19. #CitizenMukherjee