Epidemic Diseases Bills: ରାଜ୍ୟସଭାରେ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ବିଲ୍ ପାସ୍,ସ୍ୱାସ୍ଥ୍ୟକର୍ମୀକୁ ଆକ୍ରମଣ କଲେ ୭ ବର୍ଷ ଜେଲ

Share this:

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ (Corona Virus) ବିପଦ ମଧ୍ୟରେ ମହାମାରୀ ରୋଗ ସଂଶୋଧନ ବିଲ୍-2020(Epidemic Diseases Amendment Bill -2020) ରାଜ୍ୟସଭାରେ ଶନିବାର ଦିନ ପାରିତ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ (Harsha Vardhan) ଏହାକୁ ସଂସଦରେ ଉପସ୍ଥାପନ କରିଥିଲେ। ଏହି ସଂଶୋଧନ ବିଲ୍-୨୦୨୦ ଭଏସ୍ ଭୋଟ୍ ଦ୍ୱାରା ପାରିତ  ହୋଇଛି।  

ଏଥି ସହ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଦେଶକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ କାର୍ଯ୍ୟ ଚାଲିଛି। ସେ କହିଛନ୍ତି ଯେ ବେସରକାରୀ ଡାକ୍ତରଖାନାର ଫି ସମ୍ପର୍କରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏକ ଗାଇଡଲାଇନ ଜାରି କରିଛନ୍ତି। ବେସରକାରୀ ଡାକ୍ତରଖାନାର ଶୁଳ୍କକୁ ବ୍ୟବହାରିକ କରିବା ପାଇଁ ଏହି ଦିଗରେ ପଦକ୍ଷେପ ନିଆଯାଇଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ପିପିଇ କିଟ୍ (PPE-Kit ) ଏବଂ ଅନ୍ୟାନ୍ୟ ଜିନିଷର କଳାବଜାରୀ ସମ୍ବନ୍ଧରେ ଡ୍ରଗ୍ କଣ୍ଟ୍ରୋଲର (Drug Controller) ମାନେ ରାଜ୍ୟ ସହ କାର୍ଯ୍ୟ କରୁଛନ୍ତି। କମ୍ପାନୀମାନଙ୍କୁ ୱେବସାଇଟରେ ସୂଚନା ପ୍ରଦାନ କରିବାକୁ କୁହାଯାଇଛି। ଡ୍ରଗ୍ ଉତ୍ପାଦନ ୟୁନିଟ୍ (Drug Production Unit) ଗୁଡିକ ମଧ୍ୟ ଅଡିଟ୍ (Audit) କରାଯାଉଛି। ସେ କହିଛନ୍ତି ଯେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ରାଜ୍ୟମାନଙ୍କୁ ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରାଯାଇଛି ଏବଂ ଅନେକ ରାଜ୍ୟ ମଧ୍ୟ ଅନୁପାଳନ ରିପୋର୍ଟ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଏହି ବିଲ୍ ମାଧ୍ୟମରେ ମହାମାରୀ ରୋଗ (Pandemic)ଅଧିନିୟମ ୧୮୯୭ ରେ ସଂଶୋଧନ କରାଯାଇଛି। ଏଥି ସହିତ ରୋଗ ବିସ୍ତାରକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ କ୍ଷମତାକୁ ବିସ୍ତାର କରିବାକୁ ବିଲରେ ବ୍ୟବସ୍ଥା ରହିଛି।

ଡାକ୍ତରୀ ସମ୍ପ୍ରଦାୟର ସୁରକ୍ଷା ପାଇଁ ଭାରତୀୟ ଦଣ୍ଡ ସଂହିତା ଏବଂ ଅପରାଧିକ ପେନାଲ କୋଡ (IPC)ରେ କିଛି ବ୍ୟବସ୍ଥା ରହିଛି ବୋଲି ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି। ସେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷା ଯୋଗାଇବାକୁ ପ୍ରସ୍ତାବ ଦିଆଯାଇଛି। ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ହେଉଥିବା ଆକ୍ରମଣକୁ ଜାମିନହୀନ ମାମଲା ଭାବେ ବର୍ତ୍ତମାନ ଧରାଯିବ।  

ଏହା ସ୍ୱାସ୍ଥ୍ୟ କର୍ମୀଙ୍କ ଜୀବନକୁ କ୍ଷତି ପହଞ୍ଚାଇବା, ଆଘାତ କରିବା, କ୍ଷତି ପହଞ୍ଚାଇବା କିମ୍ବା ବିପଦ ସୃଷ୍ଟି କରିବା ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସମ୍ପତ୍ତି କିମ୍ବା ଦଲିଲକୁ ନଷ୍ଟ କରିବା କିମ୍ବା କ୍ଷତି ପହଞ୍ଚାଇବା ପାଇଁ କାର୍ଯ୍ୟରେ ବାଧା ସୃଷ୍ଟି କରିବା ପାଇଁ ଦଣ୍ଡ ଏବଂ ଜୋରିମାନା ପ୍ରଦାନ କରିବା ପାଇଁ ବ୍ୟବସ୍ଥା ଅଛି। ଏହା ଅନୁଯାୟୀ ସର୍ବାଧିକ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ସର୍ବାଧିକ ସାତ ବର୍ଷ ପାଇଁ ଦଣ୍ଡବିଧାନ ବ୍ୟବସ୍ଥା କରାଯାଇଛି।

Also Read:

Corona Vaccine Update: ଆସନ୍ତା ଜାନୁଆରୀରେ କରୋନା ଟିକା ଭାରତରେ ମିଳିବ: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରାଜ୍ୟସଭାରେ ସୂଚନା

Share this: