Breaking Newsଖେଳ ଖବର

ସିରିଜ ର ଅନ୍ତିମ ଟେଷ୍ଟ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଇଂଲଣ୍ଡ ଆଗୁଆ

Share this:

ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ମଞ୍ଚେଷ୍ଟରରେ ଖେଳାଯାଉଛି। କାରିବିଆନ୍ ଅଧିନାୟକ ଜେସନ୍ ହୋଲ୍ଡର ଟସ୍ ଜିତି ଏହି ମ୍ୟାଚରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।  ପ୍ରଥମ ଇନିଂସରେ ଇଂଲଣ୍ଡ ୩୬୯ ରନ୍ ସ୍କୋର କରିଛି।  ଇଂଲଣ୍ଡର ୩୬୯ରନ୍ ଜବାବରେ ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମ ଇନିଂସରେ ୬ ଟି ୱିକେଟ୍ ହରାଇ ଦ୍ୱିତୀୟ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ୧୩୭ ରନ୍ ସଂଗ୍ରହ କରିଥିଲା। ଭ୍ରମଣକାରୀ ଦଳ ପ୍ରଥମ ଇନିଂସ ଆଧାରରେ ଆୟୋଜକଙ୍କ ଦଳ ଠାରୁ ୨୩୨ ରନ୍ ପଛରେ ରହିଛି। ବର୍ତ୍ତମାନ ରିଚ୍ ୧୦ରନ୍ କରିଥିବାବେଳେ ଅଧିନାୟକ ଜେସନ୍ ହୋଲ୍ଡର ୨୪ ରନ୍ ରେ ଅପରାଜିତ ଅଛନ୍ତି।

ମ୍ୟାଚର ପ୍ରଥମ ଇନିଂସରେ କାରିବିଆନ୍ ଦଳ ସଂଘର୍ଷ କରୁଥିବା ଜଣାପଡିଛି। ପ୍ରଥମ ଇନିଂସରେ ଇଂଲଣ୍ଡର ଜେମ୍ସ ଆଣ୍ଡରସନ ଏବଂ ଷ୍ଟୁଆର୍ଟ ବ୍ରଡ ଦୁଇଟି ଲେଖାଏଁ ସଫଳତା ପାଇଥିବାବେଳେ ଜୋଫ୍ରା ଆର୍ଚର ଏବଂ କ୍ରିସ ଗୋଟିଏ ଲେଖାଏଁ ସଫଳତା ହାସଲ କରିଛନ୍ତି।

ୱେଷ୍ଟଇଣ୍ଡିଜ୍ ପାଇଁ କେମର ସର୍ବାଧିକ ସଫଳ ବୋଲର ହୋଇଥିଲେ ଏବଂ ମୋଟ ୪ ୱିକେଟ୍ ନେଇଥିଲେ। ଏଥି ସହିତ, ଗାବ୍ରିଏଲ୍ ଏବଂ ରୋଷ୍ଟର ଚେଜ୍ ଦୁଇଟି ଲେଖାଏଁ ୱିକେଟ୍  ନେଇଥିବାବେଳେ  ଜେସନ ହୋଲ୍ଡର ଏକ ସଫଳତା ପାଇଥିଲେ।

ସୂଚନାଯୋଗ୍ୟ ,ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ୧୫୯ ଟେଷ୍ଟ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ୱେଷ୍ଟଇଣ୍ଡିଜ୍ ୫୮, ଇଂଲଣ୍ଡ ୫୦ ଏବଂ ୫୧ ମ୍ୟାଚ୍ ଡ୍ର ରହିଛି। ମଞ୍ଚେଷ୍ଟରରେ ଦୁଇ ଦଳ ମଧ୍ୟରେ ୧୬ ଟି ମ୍ୟାଚ୍ ଖେଳ ହୋଇଛି ,ଯେଉଁଥିରେ ଇଂଲଣ୍ଡ ୭  ଟି ଜିତିଥିବାବେଳେ ଇଣ୍ଡିଜ୍ ୫ ଟି ମ୍ୟାଚ୍ ଜିତିଛି ଏବଂ  ୪ ଟି ମ୍ୟାଚ ଡ୍ର ରହିଛି।

From The Web

Share this: