ସାବଧାନ! Fake Website ରେ ସରକାରୀ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି କି? ଦେଖନ୍ତୁ ଲିଷ୍ଟ

Share this:

ନୂଆଦିଲ୍ଲୀ:ସାଧାରଣ ଲୋକଙ୍କ ସହ ହେଉଥିବା ଠକେଇକୁ ନେଇ କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ସରକାର ଅତ୍ୟନ୍ତ ସତର୍କ ଅଛନ୍ତି। ଏହି କାରଣରୁ ସରକାର ଏଥିରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସତର୍କ ସୂଚନା ଜାରି ରଖିଛନ୍ତି। ସଦ୍ୟତମ ମାମଲା ହେଉଛି ଶିକ୍ଷା ମନ୍ତ୍ରଣାଳୟ (Education Ministry) ର ନଜରକୁ ଆସିଛି ଯେ ନିଯୁକ୍ତି ଆଶାୟୀ ଆବେଦନକାରୀଙ୍କୁ ଠକିବା ପାଇଁ ଅନେକ ନକଲି ୱେବସାଇଟ୍ (Fake Website) ଶିକ୍ଷା ବିଭାଗର ଯୋଜନାର ନାମ ଅନୁସାରେ ଠକମାନେ ତିଆରି କରିଛନ୍ତି ।

ସୂଚନା ଅନୁସାରେ ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ସହ ମେଳ ଖାଉଥିବା କେତେକ ୱେବସାଇଟ୍‌ ଯେପରିକି www.sarvashiksha.online, https://samagra.shikshaabhiyan.co.in, https://shikshaabhiyan.org.in ଜରିଆରେ ନିରୀହ ଆବେଦନକାରୀମାନଙ୍କୁ ଠକିବା ଲାଗି ଉଦ୍ୟମ କରାଯାଉଥିବା ମନ୍ତ୍ରଣାଳୟର ଦୃଷ୍ଟିଗୋଚର ହୋଇଛି ।

ଆଶାୟୀ ପ୍ରାର୍ଥୀମାନଙ୍କୁ ଏସବୁ ୱେବସାଇଟ୍‌ ଜରିଆରେ ନିଯୁକ୍ତି ସୁଯୋଗର ପ୍ରଲୋଭନ ଦିଆଯାଉଛି। ୱେବସାଇଟ୍‌ର ଲେ ଆଉଟ୍‌, ବିଷୟବସ୍ତୁ ଏବଂ ଉପସ୍ଥାପନା ମୂଳ ୱେବସାଇଟ୍‌ ଭଳି ହୋଇଥିବାରୁ ଚାକିରି ଆଶାୟୀମାନେ ଠକାମିର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଏସବୁ ୱେବସାଇଟ୍‌ ଜରିଆରେ ପ୍ରାର୍ଥୀମାନଙ୍କ ଠାରୁ ଆବେଦନ ଲାଗି ଅର୍ଥ ମଧ୍ୟ ଆଦାୟ କରାଯାଉଥିବାର ଜଣାପଡ଼ିଛି। ଉପରୋକ୍ତ ୱେବସାଇଟ୍‌ଗୁଡ଼ିକ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଓ ସାକ୍ଷରତା ବିଭାଗର ଦୃଷ୍ଟିକୁ ଆସିଥିବା ବେଳେ ଏପରି ଆହୁରି କିଛି ୱେବସାଇଟ୍‌ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ ଥାଇପାରେ ଯାହା ମାଧ୍ୟମରେ ଚାକିରି ପ୍ରତିଶ୍ରୁତି ଦିଆଯାଇ ନିଯୁକ୍ତି ପ୍ରକ୍ରିୟା ନିମନ୍ତେ ଅର୍ଥ ଦାବି କରାଯାଉଥିବ।

ଏତଦ୍‌ ଦ୍ୱାରା ଜନସାଧାରଣଙ୍କ ଅବଗତି ନିମନ୍ତେ ପରାମର୍ଶ ଦିଆଯାଉଛି ଯେ, ଚାକିରି ପାଇଁ ଆବେଦନ କରିବା ସମୟରେ ଏପରି ୱେବସାଇଟ୍‌ ଠାରୁ ସତର୍କ ରହିବା ଆବଶ୍ୟକ। ଜନସାଧାରଣ କୌଣସି ୱେବସାଇଟରେ ଅବେଦନ କରିବା ପୂର୍ବରୁ ନିଜର ହିତ ରକ୍ଷା ନିମନ୍ତେ ସେହି ୱେବସାଇଟ୍‌ ଅସଲି କି ନୁହେଁ ସେ ସମ୍ପର୍କରେ ସମ୍ପୃକ୍ତ ବିଭାଗ ଠାରୁ ବ୍ୟକ୍ତିଗତ ଅନୁସନ୍ଧାନ, ଟେଲିଫୋନ୍‌ କଲ, ଇ-ମେଲ୍‌ ଜରିଆରେ ସୁନିଶ୍ଚିତ କରିବା ଆବଶ୍ୟକ। ଯେଉଁ ଲୋକମାନେ ଏସବୁ ୱେବସାଇଟ୍‌ରେ ଆବେଦନ କରିବେ ସେମାନେ କୌଣସି ପ୍ରକାର ଠକାମିର ଶିକାର ହେଲେ ଏଥିପାଇଁ କେବଳ ସେହିମାନେ ହିଁ ଦାୟୀ ରହିବେ।

Read Also | ଆସିଲା Shane Warne ଙ୍କ ମୃତ୍ୟୁ ପଛର କାରଣ, ଜାଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

Share this:

Leave a Reply

Your email address will not be published. Required fields are marked *