Ease of Doing Business Ranking ରେ ଓଡ଼ିଶାର ସ୍ଥାନ ୨୯ରେ,ବ୍ୟବସାୟ ପାଇଁ ସହଜ ନୁହେଁ !

Share this:

ନୂଆଦିଲ୍ଲୀ: ସହଜ ବ୍ୟବସାୟ ର଼୍ୟାଙ୍କିଙ୍ଗ୍ (Ease of Doing Business Ranking)୨୦୧୯ ରେ ଆନ୍ଧ୍ରପ୍ରଦେଶ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛି, ତା’ପରେ ଉତ୍ତରପ୍ରଦେଶ ଏବଂ ତେଲେଙ୍ଗାନା ରହିଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଶନିବାର ରାଜ୍ୟ ବ୍ୟବସାୟ ସଂସ୍କାର ଆକ୍ସନ୍ ପ୍ଲାନ୍ ର଼୍ୟାଙ୍କିଙ୍ଗ୍ ପ୍ରକାଶ କରିଛି।

ଉତ୍ତର ଭାରତର ଉତ୍ତରପ୍ରଦେଶ, ଦକ୍ଷିଣ ଭାରତରୁ ଆନ୍ଧ୍ରପ୍ରଦେଶ, ପୂର୍ବ ଭାରତରୁ ପଶ୍ଚିମବଙ୍ଗ, ପଶ୍ଚିମ ଭାରତରୁ ମଧ୍ୟପ୍ରଦେଶ ଏବଂ ଉତ୍ତର ପୂର୍ବ ଭାରତରୁ ଆସାମ ଏହି ମାନ୍ୟତାରେ ଶୀର୍ଷରେ ରହିଛନ୍ତି। ୟୁନିଅନ୍ ଟେରିଟୋରୀ (UT) ମଧ୍ୟରେ ଦିଲ୍ଲୀ ଶୀର୍ଷ ସ୍ଥାନ ପାଇଛି।

ଏହି ସଂସ୍କାର ବ୍ୟବସାୟ ସଂସ୍କାର କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିବା ଉପରେ ଆଧାରିତ ବୋଲି ପୀୟୁଷ ଗୋୟଲ କହିଛନ୍ତି। ରାଜ୍ୟ ମାନ୍ୟତା ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବାରେ, ସୁସ୍ଥ ପ୍ରତିଯୋଗିତା ବୃଦ୍ଧି କରିବାରେ ଏବଂ ପ୍ରତ୍ୟେକ ରାଜ୍ୟରେ ବ୍ୟବସାୟର ସହଜତା ବୃଦ୍ଧି କରିବାରେ ସାହାଯ୍ୟ କରିବ।  

ସୂଚନାଯୋଗ୍ୟ , ଏହି ମାନ୍ୟତା ୧୮୦ ସଂସ୍କାର ପଏଣ୍ଟ ଉପରେ ଆଧାରିତ ଥିଲା ଯେପରିକି ସୂଚନାକୁ ସହଜ ପ୍ରବେଶ, ଉନ୍ନତ ଶ୍ରମ ନିୟମ, ଦ୍ରୁତ ନିର୍ମାଣ ଅନୁମତି, ଜମି ପ୍ରଶାସନ ଏବଂ ଏକକ ୱିଣ୍ଡୋ (Single Window) ଅନୁମୋଦନ ରେ ନିର୍ଦ୍ଧାରିତ ହୋଇଥାଏ। ଏଥିରେ ୩୬ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କାର୍ଯ୍ୟ ଯୋଜନାରେ ଅଂଶଗ୍ରହଣ କରିଥିଲେ।  ଯାହା ଦ୍ଵାରା ରାଜ୍ୟଗୁଡିକରେ ବ୍ୟବସାୟିକ ପରିବେଶକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ପ୍ରଣାଳୀକୁ ସରଳ କରିବା ଏବଂ ସୂଚନାର ଡିଜିଟାଇଜେସନ୍ (Digitization) କରାଯାଇଛି।  

ସଂସ୍କାର ପ୍ରକ୍ରିୟାକୁ ଭାରତ ଗୁରୁତର ସହ ନେଇଥିବାର ଦେଖାଯାଉଛି ଯାହା ଦର୍ଶାଇଛି ଯେ ଯେତେବେଳେ କୋଭିଡ -୧୯ (Covid-19 )ମହାମାରୀ ସମୟରେ ଦେଶରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ବଢିଛି। ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନର କାର୍ଯ୍ୟକାରିତା ଉପରେ ଆଧାର କରି ରାଜ୍ୟ ମାନ୍ୟତା ୨୦୧୫ ମସିହାରେ ଆରମ୍ଭ ହୋଇଥିଲା। ଆଜି ପର୍ଯ୍ୟନ୍ତ, ୨୦୧୫, ୨୦୧୬ ଏବଂ ୨୦୧୭-୧୮ ବର୍ଷ ପାଇଁ ରାଜ୍ୟ ମାନ୍ୟତା ପ୍ରକାଶ ପାଇଛି। ରାଜ୍ୟ ସଂସ୍କାର କାର୍ଯ୍ୟ ଯୋଜନା ୨୦୧୯ ଅନ୍ତର୍ଗତ ଶ୍ରେଷ୍ଠ ଦଶଟି ରାଜ୍ୟ ହେଉଛି: ୧. ଆନ୍ଧ୍ରପ୍ରଦେଶ,୨. ଉତ୍ତରପ୍ରଦେଶ, ୩. ତେଲେଙ୍ଗାନା, ୪.ମଧ୍ୟପ୍ରଦେଶ, ୫. ଝାଡଖଣ୍ଡ, ୬. ଛତିଶଗଡ, ୭. ହିମାଚଳ ପ୍ରଦେଶ, ୮. ରାଜସ୍ଥାନ, ୯. ପଶ୍ଚିମବଙ୍ଗ  ଏବଂ ୧୦. ଗୁଜୁରାଟ

ସେହିପରି ସହଜ ବ୍ୟବସାୟ କରିବାରେ ବିଶ୍ଵରେ ଭାରତ ୧୯୦ଟି ଦେଶ ମଧ୍ୟରେ ୬୩ତମ ସ୍ଥାନରେ ଅଛି। ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରାଜ୍ୟ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ କ୍ୟାବିନେଟ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଉପସ୍ଥିତ ଥିଲେ।

Share this: