E-Permission: ଅମାନିଆମାନଙ୍କୁ ରୋକିବା ପାଇଁ ପୁଲିସ୍ ପକ୍ଷରୁ ଇ-ପର୍ମିଶନ୍ ବ୍ୟବସ୍ଥା
ଭୂବନେଶ୍ଵର: କରୋନା ସଂକ୍ରମଣ (Covid-19) ରୋକିବା ପାଇଁ ଲାଗୁ ହୋଇଥିବା ଲକଡ଼ାଉନ (Lockdown) ସମୟରେ ଅମାନିଆମାନେ ରାଜଧାନୀରେ ମନଇଚ୍ଛା ଆଉ ବୁଲିପାରିବେ ନାହିଁ। ଘରୋଇ ସଂସ୍ଥାରେ (Private Organisation) କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ କମିଶନରେଟ୍ ପୁଲିସ୍ (Commissionerate Police) ପକ୍ଷରୁ ଇ-ପର୍ମିଶନ୍ (e-permission) ବ୍ୟବସ୍ଥା କରାଯାଇଛି। ଲକ୍ଡାଉନ୍ବେଳେ ଏଣିକି ବିନା ପର୍ମିଶନ୍ ରେ ଦ୍ୱୈତନଗରୀରେ କାର୍ଯ୍ୟରତ ଘରୋଇ କମ୍ପାନୀ କର୍ମଚାରୀ ନିଜ କର୍ମକ୍ଷେତ୍ରକୁ ଯାଇପାରିବେ ନାହିଁ।

ଅଫିସ୍ ଆଳ ଦେଖାଇ ଯେଉଁ ଅମାନିଆମାନେ ରାଜଧାନୀରେ ମନଇଚ୍ଛା ବୁଲୁଥିଲେ, ସେମାନଙ୍କ ଉପରେ ରୋକ୍ ଲଗାଇବା ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପୁଲିସ୍ ପାସ୍ ଦେଉ ନ ଥିବାରୁ ଇ-ପର୍ମିଶନ୍ ଜରିଆରେ ଆବେଦନ କରିହେବ। କେଉଁ ସଂସ୍ଥା ନିର୍ଦ୍ଦିଷ୍ଟ କେତେ କର୍ମଚାରୀ କାର୍ଯ୍ୟ ପାଇଁ ଅନୁମତି ଦେଇଛନ୍ତି, ସେ ତଥ୍ୟ ଏହି ଇ-ପର୍ମିଶନ୍ରେ ରହିବ। ପରିଚୟ ପତ୍ର ସହିତ ଏହା ଦେଖାଇବା ପରେ କର୍ମଚାରୀମାନେ ଅଫିସ୍ ଯାଇପାରିବେ।
Also Read | ଷ୍ଟେରଏଡ ହିଁ ବ୍ଲାକ୍ ଫଙ୍ଗସ୍ ସୃଷ୍ଟି କରୁଛି: AIIMS ନିର୍ଦ୍ଦେଶକ