Dussehra 2022: ଏଥର ପୁଜାମଣ୍ଡପର ଉଚ୍ଚତା ୪୦ଫୁଟ, ମୂର୍ତ୍ତିର ଉଚ୍ଚତା ୨୦ ଫୁଟରୁ ଅଧିକ ହେବ ନାହିଁ

Share this:

କଟକ: Dussehra 2022 Odisha ଆଗକୁ ଆସୁଛି ପାର୍ବଣ ଋତୁ (Festival Season)। ଏବେ ଠାରୁ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଏଥର ପାର୍ବଣରେ ପ୍ରଦୂଷଣମୁକ୍ତ (Pollution Free) ପୂଜା (Dussehra 2022 Odisha) ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (State Pollutions Control Board) ଗୁରୁତ୍ୱ ଦେଇଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ (Coronavirus) ହ୍ରାସ ପରେ ପ୍ରଥମଥର ପାଇଁ କଟକଣା କୋହଳ କରାଯାଇଛି। ଏହାକୁ ଦେଖି ବିଭିନ୍ନ ପୁଜାମଣ୍ଡପରେ ପୂଜାର ଆୟୋଜନ କରାଯାଉଛି। ତେବେ ପୂଜାରେ ଯେପରି କୌଣସି ପ୍ରଦୂଷଣ ସୃଷ୍ଟି ନ ହୁଏ, ସେଥିପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମସ୍ତ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟକୁ ଏ ସଂପର୍କରେ ଗାଇଡଲାଇନ ସହ ଚିଠି ଲେଖିଛନ୍ତି।

ସୂଚନା ଅନୁସାରେ ଏଥର ମୂର୍ତ୍ତି ନିର୍ମାଣରେ ବେକେଡ୍‍ କ୍ଲେ, ପ୍ଲାଷ୍ଟର ପ୍ୟାରିସ୍‍ ବଦଳରେ ପ୍ରାକୃତିକ ମାଟି ବ୍ୟବହାର କରିବାକୁ ପୂଜା କମିଟି ଓ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି। ମୂର୍ତ୍ତି ଦେହରେ ବିଷାକ୍ତ ରାସାୟନିକ ରଙ୍ଗ ନ ଲଗାଇ ପାଣିରେ ଦ୍ରବୀଭୂତ ହେଉଥିବା ପ୍ରାକୃତିକ ରଂଗ ବ୍ୟବହାର କରିବାକୁ କୁହାଯାଇଛି। ସବୁଠୁ ବଡକଥା ଏଥର ପୁଜାମଣ୍ଡପର ଉଚ୍ଚତା ୪୦ଫୁଟ ଏବଂ ମୂର୍ତ୍ତିର ଉଚ୍ଚତା ୨୦ ଫୁଟରୁ ଅଧିକ ହେବ ନାହିଁ। ସ୍ଥାନୀୟ ଜିଲ୍ଲା ପ୍ରଶାସନ କିମ୍ବା ସ୍ୱାୟତ୍ତଶାସନ ସଂସ୍ଥା ଦ୍ୱାରା କରାଯାଇଥିବା କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରିବାକୁ ପରାମର୍ଶ ପୂଜାକମିଟିଗୁଡିକୁ ପରାମର୍ଶ ଦିଆଯାଇଛି।

Read Also | Mohali cricket Match: ମୋହାଲୀ ମ୍ୟାଚ ବୋଲରଙ୍କ ପାଇଁ ଭାରତ ହାରିଲା: ରୋହିତ ଶର୍ମା

[amazon_auto_links id=”9939″]

amazon
Share this:

Leave a Reply

Your email address will not be published. Required fields are marked *