Droupadi Murmu: ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ

Share this:

ଭୁବନେଶ୍ଵର: Droupadi Murmu elected as the new president of India ଆଜି ହେଉଛି ଓଡ଼ିଶା (Odisha) ପାଇଁ ଏକ ଐତିହାସିକ ଦିନ। ଓଡ଼ିଶା ମାଟିର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ବିରୋଧୀ ଦଳର ପ୍ରାର୍ଥ ଯଶବନ୍ତ ସିହ୍ନା (Yashobant Sinha) ଙ୍କୁ ଏନଡିଏ (NDA) ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବହୁ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ପାର୍ଲାମେଣ୍ଟ ଭବନରେ ଚାଲିଥିବା ଗଣତିର ତୃତୀୟ ରାଉଣ୍ଡର ଫଳାଫଳ ଅନୁଯାୟୀ ଶ୍ରୀମତୀ ମୁର୍ମୁ  ବିଜୟ ଲାଗି ଆବଶ୍ୟକ ୫୦ ପ୍ରତିଶତ ଭୋଟ ସୀମା ଅତିକ୍ରମ କରିଛନ୍ତି। ଏଥିସହ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଓଡ଼ିଆ ମହିଳା ଭାବେ ଭାରତର ଶୀର୍ଷ ପଦବିରେ ଅଧିଷ୍ଠିତ ହୋଇଛନ୍ତି।

ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ୍ ଉପରବେଡ଼ା ଗ୍ରାମରେ ୨୦ ଜୁନ ୧୯୫୮ ମସିହାରେ ଜନ୍ମଗ୍ରହଣ କରିଥିଲେ। ଦ୍ରୌପଦୀ ମୁର୍ମୁ ଗାଁ ସ୍କୁଲରେ ନିଜର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ଭୂବନେଶ୍ୱରରେ ରହି ୧୯୭୪ ମସିହାରେ ମାଟ୍ରିକ୍ ପାସ କରିଥିଲେ। ପରେ ରମାଦେବୀ ମହିଳା ମହାବିଦ୍ୟାଳୟରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଏହା ପରେ ୧୯୭୯ ରୁ ୧୯୮୩ ମସିହା ପ୍ରର୍ଯ୍ୟନ୍ତ ସେକ୍ରେଟେରିଏଟରେ ଜଳସେଚନ ଓ ଶକ୍ତି ବିଭାଗର କିରାଣୀ ଭାବେ କାର୍ଯ୍ୟ କରିଥିଲେ। ସେ ୨୦୧୫ ମସିହାରେ ଝାଡଖଣ୍ଡର ରାଜ୍ୟପାଳ ହୋଇଥିଲେ।

amazon prime day sale
Share this:

Leave a Reply

Your email address will not be published. Required fields are marked *