Breaking Newsଓଡ଼ିଶା ସମସ୍ତ ଡାକ୍ତର ବଡ଼ ଅକ୍ଷରରେ ପ୍ରେସକ୍ରିପସନ୍ ଲେଖିବା ଆବଶ୍ୟକ:ଓଡ଼ିଶା ହାଇକୋର୍ଟ August 13, 2020 MahimaLive 16 Views Breaking News, DOCTOR, High court, Jharkhand, justice, maharashtra, Mahimalive Odisha, medical council of India, medical report, medicine, odisha government, ODISHA NEWS, ORDER, prescription, secretary 1 min read Share this: କଟକ : ବେଳେ ବେଳେ ଦେଖାଯାଏ ଯେ ଡାକ୍ତର ମାନେ ରୋଗୀକୁ ଲେଖିଥିବା ପ୍ରେସକ୍ରିପସନ ସ୍ପଷ୍ଟ ଭାବେ ପଢିବା ସମ୍ଭବ ହୁଏ ନାହିଁ। ଏମିତିବି ହେଉଛି ମେଡିସିନ ଦୋକାନୀବି ସେ ପ୍ରେସକ୍ରିପସନକୁ ପଢି ପାରନ୍ତି ନାହିଁ। ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଉଭୟ ସରକାରୀ ତଥା ବେସରକାରୀ ଡାକ୍ତର ରୋଗୀକୁ ଔଷଧ ଲେଖିବା ବେଳେ ସର୍ବଦା କ୍ୟାପିଟାଲ୍ ଅକ୍ଷରରେ ଲେଖିବା ବାଧ୍ୟତାମୂଳକ କରନ୍ତୁ। ଜଣେ ଅସୁସ୍ଥ କଏଦୀଙ୍କୁ ତାଙ୍କ ଅସୁସ୍ଥ ପତ୍ନୀଙ୍କ ନିକଟରେ ଯୋଗଦେବା ପାଇଁ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରୁଥିବା ବେଳେ ଓଡ଼ିଶା ହାଇକୋର୍ଟର ଜଷ୍ଟିସ ଏସ୍.କେ ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଆଦେଶରେ ଜଷ୍ଟିସ୍ ଏସ୍.କେ ପାଣିଗ୍ରାହୀ କହିଛନ୍ତି ଯେ ଡାକ୍ତରଙ୍କ ଦ୍ୱାରା ଲିଖିତ ପ୍ରେସକ୍ରିପସନ ରୋଗୀ, ଫାର୍ମାସିଷ୍ଟ, ପୋଲିସ୍, ଓକିଲ ଏବଂ ବିଚାରପତିଙ୍କ ପାଇଁ ଅନାବଶ୍ୟକ ଅସୁବିଧା ସୃଷ୍ଟି କରିଥାଏ। ଏହାପୂର୍ବରୁ ୨୦୧୬ରେ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (MCI) ଏକ ନୋଟିସ ଜାରି କରି ଡାକ୍ତରମାନଙ୍କୁ ଔଷଧର ନାମ ବଡ଼ ଅକ୍ଷର ରେ (Capital)ଅକ୍ଷରରେ ଲେଖିବାକୁ କହିଥିଲେ। ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ପରି ରାଜ୍ୟଗୁଡିକ ଏମସିଆଇ ନିର୍ଦ୍ଦେଶ କାର୍ଯ୍ୟକାରୀ କରିଛନ୍ତି ବୋଲି ଦର୍ଶାଇ କୋର୍ଟ ଏମସିଆଇ ଏବଂ କେନ୍ଦ୍ରର ପରାମର୍ଶ କ୍ରମେ ଏହି ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। From The Web Share this: