କମିଲା ସଂକ୍ରମଣ,ଢେଙ୍କାନାଳ ଜିଲ୍ଲାରୁ ଆଜି ୪୩ ଜଣ Covid ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ କରୋନା (Covid-19) ସଂକ୍ରମିତଙ୍କ ସଂଖ୍ୟା ଆଜି କମିଛି। ଆଜି ଜିଲ୍ଲାରୁ ୪୩ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ହୋମ କ୍ୱାରାଣ୍ଟାଇନ୍‌  (Home Quarantine) ରୁ ୨୯ ଏବଂ ହସ୍ପିଟାଲରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସଦର ବ୍ଲକ (Sadar Block) ରୁ ଚିହ୍ନଟ ୧୪ଜଣଙ୍କ ମଧ୍ୟରୁ ତାଳବାରକୋଟରୁ ୩ଜଣ, ରଞ୍ଜା, ଛଣବୋଲୁଆ, ଅଛନ୍ଦା, ମାଣିପୁର, କୋଥାପାଳ, ଜହ୍ନିତଇଳା, କାମଧେନୁକୋଟ, ନାଥୁଆ, ମଙ୍ଗଳପୁର, ରାଇଡ଼ିହି ଏବଂ ଖଲିବନ୍ଧରୁ ଜଣେ ଲେଖାଏଁ ଅଛନ୍ତି।  

ସେହିପରି ହିନ୍ଦୋଳ ବ୍ଲକ (Hindol Block) ରୁ ୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ରଞ୍ଜାଗୋଳ, ଫାଶୀଗାଁ, କଡଲା, ହରିପୁର, ଚଂପତିସାହି, କାଳିହୁଣ୍ଡି, ଚିତଲପୁର ଏବଂ ହାତୁରାରୁ ଜଣେ  ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ରୁ ୩ଜଣ ଅଛନ୍ତି।

ଗଁଦିଆ ବ୍ଲକ (Gondia Block) ରୁ ୬ଜଣଙ୍କ ମଧ୍ୟରୁ ବାରଦାରୁ ୨ଜଣ ଥିବାବେଳେ ଦେଓଗାଁ, ଆମ୍ବବାହାଳି, ନିହଲପ୍ରସାଦ ଏବଂ ଲହୁନାଇରୁ ଜଣେ ଲେଖାଏଁ ଅଛନ୍ତି। ସେହିପରି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୩ଜଣଙ୍କ ମଧ୍ୟରୁ କାଞ୍ଚନବଜାର, ଅମଲାପଡା ଏବଂ ବିବି ହାଇସ୍କୁଲ ଜଣେ ଲେଖାଏଁ ଅଛନ୍ତି। ସେହିପରି କାମାକ୍ଷାନଗର ବ୍ଲକ (Kamakhyanagar Block) କଣ୍ଟାପାଳରୁ ଜଣେ ଅଛନ୍ତି। ଓଡ଼ାପଡା ବ୍ଲକ (Odapada Block) କଣ୍ଟାବଣିଆରୁ ଜଣେ ଅଛନ୍ତି। ପର୍ଜଙ୍ଗ ବ୍ଲକ ମୁଣ୍ଡେଇଲୋରୁ ଜଣେ ଏବଂ କାମାକ୍ଷାନଗର NAC ଜଣେ ଥିବାବେଳେ ଅନ୍ୟାନ୍ୟ ହସ୍ପିଟାଲରୁ ୫ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୭୪୦ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୨୧ ହଜାର ୫୦୦ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୬  ହଜାର ୫୨୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୩୦୫ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୫ ହଜାର ୧୯୩ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୧ ହଜାର ୨୮୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | Covaxin ଟିକା ତିଆରିରେ ବାଛୁରୀ ସେରମ୍ ନାହିଁ :କେନ୍ଦ୍ର ସରକାର

Share this: