Odisha Weather Report: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି, ୮ ଜିଲ୍ଲାରେ କୁହୁଡି
ଭୁବନେଶ୍ଵର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ତେବେ ଆସନ୍ତା ୩ ଦିନ ଧରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଅପେକ୍ଷା ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକ ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର (Bhubaneswar) ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପ୍ରାୟ ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ ସର୍ବାଧିକ ତାପମାତ୍ରା ୩୯.୩ ଡିଗ୍ରୀ ରେକର୍ଡ କରାଯାଇଛି। ବଲାଙ୍ଗୀରରେ ୩୮.୭ ଡିଗ୍ରି,ସେହିପରି ନୟାଗଡ଼, ମାଲକାନଗିରି, ଟିଟିଲାଗଡ଼ ଓ ବୌଦ୍ଧରେ ୩୮.୫ ଡିଗ୍ରି ଲେଖାଏଁ, କଟକରେ ୩୮.୨, ତାଳଚେରରେ ୩୮.୧ ଏବଂ ବାରିପଦାରେ ୩୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ୨୦ ତାରିଖ ବେଳକୁ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ।
ସେହିପରି କଟକ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦ୍ରାପଡା,ଜଗତ୍ସିଂହପୁର, ଯାଜପୁର, ଭଦ୍ରକ ଓ ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡିର ସମ୍ଭାବନା ରହିଛି।
[amazon_auto_links id=”10233″]
Also Read | Covid-19 Odisha Updates: ରାଜ୍ୟରେ ୧୩ଜିଲ୍ଲାରୁ ୬୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ