ଅନୁଗୁଳ ଜିଲ୍ଲାରୁ ୩୭୯ ଜଣ Corona ପଜିଟିଭ ଚିହ୍ନଟ, ସୋମବାରରୁ ଦିଆଯିବ ୧୮ ବର୍ଷରୁ ଅଧିକଙ୍କୁ ଟୀକା

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ ଆସନ୍ତା ସୋମବାରଠାରୁ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ମିଳିବ କରୋନା ଟୀକା (Corona Vaccine)। ଗତକାଲି ଶନିବାର ଦିନ ଅନୁଗୁଳ ଜିଲ୍ଲାରେ ୩୭୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬ ହଜାର ୨୧୧ରେ ପହଞ୍ଚିଛି।

ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୮୦ଜଣ (୪୭ଜଣ ପୁରୁଷ ଓ ୩୩ଜଣ ମହିଳା), ବଅଁରପାଳ ବ୍ଳକ୍ ଅଂଚଳରୁ ୭୪ଜଣ (୪୯ଜଣ ପୁରୁଷ ଓ ୨୫ଜଣ ମହିଳା), ଅନୁଗୁଳ ବ୍ଲକ ଅଂଚଳରୁ ୬୭ଜଣ (୫୧ଜଣ ପୁରୁଷ ଓ ୧୬ଜଣ ମହିଳା), କଣିହାଁ ବ୍ଲକ୍ ଅଂଚଳରୁ ୪୩ଜଣ (୨୬ଜଣ ପୁରୁଷ ଓ ୧୭ଜଣ ମହିଳା), ତାଳଚେର ବ୍ଲକ୍ ଅଂଚଳରୁ ୩୯ଜଣ (୨୦ଜଣ ପୁରୁଷ ଓ ୧୯ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୧୬ଜଣ (୧୦ ଜଣ ପୁରୁଷ ଓ ୬ଜଣ ମହିଳା), ଅନୁଗୁଳ ପୌରାଞ୍ଚଳରୁ ୧୪ଜଣ (୯ଜଣ ପୁରୁଷ ଓ ୫ଜଣ ମହିଳା), ପାଳଲହଡା ବ୍ଳକ୍ ଅଂଚଳରୁ ୧୩ଜଣ (୭ଜଣ ପୁରୁଷ ଓ ୬ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୧୨ଜଣ (୭ ଜଣ ପୁରୁଷ ଓ ୫ଜଣ ମହିଳା), କିଶୋରନଗର ବ୍ଳକ ଅଂଚଳରୁ ୧୧ଜଣ (୬ ଜଣ ପୁରୁଷ ଓ ୫ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୧୦ଜଣ (୯ଜଣ ପୁରୁଷ ଓ ୧ଜଣ ମହିଳା) ଅଛନ୍ତି।

ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୧୧୨ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୪୮୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୨୭ଜଣ ମୃତ୍ୟୁବରଣ କଲେଣି।

Also Read | Twitter କୁ ସରକାରଙ୍କ ଶେଷ କଡ଼ା ଚେତାବନୀ, ନୂତନ ନିୟମ ମାନ ନଚେତ୍…

[amazon_auto_links id=”10233″]

Share this: