ରାଜ୍ୟରେ ଆଜି ୩୦୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ,ମୋଟ ସୁସ୍ଥଙ୍କ ସଂଖ୍ୟା ୯୯ ହଜାର ପାର

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୩୦୩୪ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୯ ହଜାର ୩୯୮  କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ୮୯୨  ଜଣ ସୁସ୍ଥ ହୋଇଛନ୍ତି। ସେହିପରି, ମୟୁରଭଞ୍ଜ ୨୪୨ଜଣ, ବରଗଡ଼ରୁ ୧୬୮ ଜଣ,ଗଞ୍ଜାମ ଜିଲ୍ଲାରୁ ୧୫୪ ଜଣ, କଟକରୁ ୧୫୦ ଜଣ, ରାୟଗଡାରୁ ୧୩୯ ଜଣ, ବାଲେଶ୍ଵର ଓ ସୁନ୍ଦରଗଡ ଜିଲ୍ଲାରୁ ୯୭ ଜଣଲେଖାଏଁ, କେଉଁଝରରୁ ୯୫ ଜଣ, ସମ୍ବଲପୁରରୁ ୮୩ ଜଣ, କେନ୍ଦ୍ରାପଡାରୁ ୮୦ ଜଣ, କୋରାପୁଟ ଓ ଯାଜପୁରରୁ ୭୯ ଜଣ ଲେଖାଏଁ, ଝାରସୁଗୁଡାରୁ ୭୦ ଜଣ, ମାଲକାନଗିରି ଜିଲ୍ଲାରୁ ୬୮ ଜଣ, ପୁରୀରୁ ୫୮ ଜଣ, ଜଗତସିଂପୁରରୁ ୫୭ ଜଣ, ଢେଙ୍କାନାଳରୁ ୫୬ ଜଣ,ଅନୁଗୋଳରୁ ୪୯ ଜଣ, ବଲାଙ୍ଗୀରରୁ ୪୬ ଜଣ, ଭଦ୍ରକରୁ ୪୨ ଜଣ, ସୋନପୁର ଓ କନ୍ଧମାଳରୁ ୧୦ଜଣ ଲେଖାଏଁ, ନବରଙ୍ଗପୁରରୁ ୩୫ ଜଣ, ନୟାଗଡରୁ ୩୧ ଜଣ, ଗଜପତିରୁ ୨୬ଜଣ, କଳାହାଣ୍ଡି ଜିଲାରୁ ୨୩ ଜଣ, ବୌଦ୍ଧ ରୁ ୨୧ ଜଣ, ନୂଆପଡ଼ାରୁ ୧୨ଜଣ ଏବଂ ଦେଓଗଡରୁ ୫ ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୧୦କରୋନାରେ ମୃତ୍ୟୁବରଣ କରିଛନ୍ତି। ମୋଟ ମୃତ୍ୟୁ ୫୫୬ କୁ ବୃଦ୍ଧି ହୋଇଛି।

Also Read:

ଭାରତରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୩୨ଲକ୍ଷ ପାର, ମୃତ୍ୟୁ ହାର ୧.୭ ପ୍ରତିଶତ

ଓଡ଼ିଶାରେ ପୁଣି ୩୮୬୧ କରୋନା ପଜିଟିଭ ଚିହ୍ନଟ, ମୋଟ ୧,୨୭,୮୯୨ ଚିହ୍ନଟ

Share this: