Breaking NewsCORONA UPDATESଜାତୀୟ

ସୁସ୍ଥତା ହାରରେ ଭାରତର ରେକର୍ଡ ଗତ ୨୪ ଘଣ୍ଟା ମଧ୍ୟରେ ୫୭ହଜାରୁ ଅଧିକ ସୁସ୍ଥ

Share this:

ନୂଆଦିଲ୍ଲୀ :ପ୍ରତ୍ୟେକ ଦିନ ନିୟମିତ ଭାବେ କରୋନାରୁ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୫୭ ହଜାର ୩୮୧ଜଣ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି।

ଏହିଭଳି ଅଧିକ ରୋଗୀ ଆରୋଗ୍ୟ ହେବା ଦୃଷ୍ଟିରୁ ଭାରତର ସୁସ୍ଥତା ହାର ୭୦ ପ୍ରତିଶତ ପାର କରିଛି ଏବଂ କ୍ରମଶଃ ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବାର ଲାଗିଛନ୍ତି। ୩୨ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ହାର ଶତକଡା ୫୦ରୁ ଅଧିକ ରହିଛି । ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ସଂଖ୍ୟା ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି।

ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ବେଳେ ମୋଟ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ୧୮ ଲକ୍ଷ ଅତିକ୍ରମ କରି ଆଜି ଏହା ୧୮୯ ଲକ୍ଷ ୮ ହଜାର ୯୩୬ ରେ ପହଞ୍ଚିଛି। ଏଥିଯୋଗୁଁ ସୁସ୍ଥ ରୋଗୀଙ୍କ ସଂଖ୍ୟା ସକ୍ରିୟ ରୋଗୀଙ୍କ ତୁଳନାରେ ୧୧ ଲକ୍ଷରୁ ଅଧିକ ଅର୍ଥାତ ଆଜିସୁଦ୍ଧା ୧୧ ଲକହ ୪୦ ହଜାର ୭୧୬ରେ  ପହଞ୍ଚିଛି।

କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ କୋଭିଡ ପରିଚାଳନାଗତ ସମନ୍ଵୟ ଯୋଗୁଁ ଏହି ସବୁଦିନିଆ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ବର୍ତ୍ତମାନ ୬ ଲକ୍ଷ ୬୮ ହଜାର ୨୨୦ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଥିବା ବେଳେ ଏହା ମୋଟ ଆକ୍ରାନ୍ତଙ୍କ ଶତକଡା ୨୬.୪୫ ବୋଲି ଜଣାପଡିଛି। ସମସ୍ତ ସକ୍ରିୟ ରୋଗୀ ଡାକ୍ତରୀ ଚିକିତ୍ସାଧୀନ ଅଛନ୍ତି।

ହସ୍ପିଟାଲରେ ଉପଯୁକ୍ତ ଉପଚାର, ଘରୋଇ ଏକାନ୍ତବାସର ତଦାରଖ, ଅମ୍ଳଜାନ ସହାୟତା, ରୋଗୀମାନଙ୍କ ପାଇଁ ଆମ୍ବୁଲାଂଶ ସେବାର ସଫଳ ପ୍ରୟୋଗ, କୋଭିଡ ରୋଗୀଙ୍କ ଚିକିତ୍ସା ଦାୟିତ୍ଵରେ ଥିବା ଚିକିତ୍ସକମାନଙ୍କୁ ଏମ୍ସ ବିଶେଷଜ୍ଞମାନଙ୍କ ପକ୍ଷରୁ ଦିଆଯାଉଥିବା ପରାମର୍ଶ ଯୋଗୁଁ ରୋଗୀ ପରିଚାଳନା ଓ ଚିକିତ୍ସା ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି। ଏଥିପାଇଁ ମୃତ୍ୟୁହାର ମଧ୍ୟ ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ ରହିଛି। ଏହା ନିୟମିତ ଭାବେ ହ୍ରାସ ପାଇ ବର୍ତ୍ତମାନ୧.୯୪ ପ୍ରତିଶତରେ ରହିଛି।

ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତିର ସଫଳତା ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ୮ ଲକ ୬୮ ହଜାର ୬୭୯ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୨ କୋଟି ୮୫ ଲକ୍ଷ ରୁ ଅଧିକ ନମୁନା ପରୀକ୍ଷା କରାଯାଇଛି।

Share this: