Covid19 Odisha:ଆଜି ରାଜ୍ୟରୁ ଆଉ ୬ ହଜାର ୯୯୮ଜଣ କରୋନା ସଂକ୍ରମିତ ଚିହ୍ନଟ,କୋଟିଏ ଟପିଲା ଟେଷ୍ଟିଂ

Share this:

ଭୁବନେଶ୍ଵର: ଗତକାଲି ଠାରୁ ଆଜି ରାଜ୍ୟରେ କମିଛନ୍ତି କରୋନା ସଂକ୍ରମିତ। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ଭାବେ ୬ହଜାର ୯୯୮ଜଣ କରୋନା (Corona Virus) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୦୫୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୯୪୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related Post : Mask: ସରକାରଙ୍କ ନୂଆ ପରାମର୍ଶ; ଘରେ ମଧ୍ୟ ମାସ୍କ ପିନ୍ଧନ୍ତୁ! କରୋନାର ଦ୍ୱିତୀୟ ଲହର ହେଉଛି ଭୟଙ୍କର

ଆଜି ସର୍ବାଧିକ ୯୧୯ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୩୨୫ଜଣ, ବାଲେଶ୍ଵରରୁ ୯୭ଜଣ, ବରଗଡ଼ରୁ ୩୩୦ଜଣ, ଭଦ୍ରକରୁ ୯୧ଜଣ, ବଲାଙ୍ଗୀରିରୁ ୨୩୬ଜଣ, ବୌଦ୍ଧରୁ ୬୫ଜଣ, କଟକରୁ ୫୧୭ଜଣ, ଦେଓଗଡ଼ରୁ ୭୪ଜଣ, ଢେଙ୍କାନାଳରୁ ୨୨ଜଣ, ଗଜପତିରୁ ୧୨୧ଜଣ, ଗଞ୍ଜାମରୁ ୧୨୮ଜଣ, ଜଗତସିଂପୁରରୁ୧୦୪, ଯାଜପୁରରୁ ୨୨୬ଜଣ, ଝାରସୁଗୁଡାରୁ ୩୯୬ଜଣ, କଳାହାଣ୍ଡିରୁ ୨୯୨ଜଣ, କନ୍ଧମାଳରୁ ୪୫ଜଣ, କେଉଁଝରରୁ ୧୬୦ଜଣ, କୋରାପୁଟରୁ ୫୭ଜଣ, କେନ୍ଦ୍ରାପଡ଼ାରୁ ୭୭ଜଣ, ମୟୁରଭଞ୍ଜରୁ ୩୦୮ଜଣ, ମାଲକାନଗିରିରୁ ୩୦ଜଣ, ନବରଙ୍ଗପୁରରୁ ୨୫୫ଜଣ, ନୟାଗଡ଼ରୁ ୧୨୧ଜଣ,ନୂଆପଡ଼ାରୁ ୪୨୦ଜଣ, ପୁରୀରୁ ୨୮୮ଜଣ, ରାୟଗଡାରୁ ୧୮୧ଜଣ, ସମ୍ବଲପୁରରୁ ୩୨୩ଜଣ, ସୋନପୁରରୁ ୧୩୧ଜଣ, ସୁନ୍ଦରଗଡ଼ରୁ ୪୭୪ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୮୫ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୪୧ ହଜାର ୭୩୯ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୪ ଲକ୍ଷ ୩୫ହଜାର ୫୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୫୨୧ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୭୫ ହଜାର ୭୨୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୭ହଜାର ୭୧୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Telemedicine: ରାଜ୍ୟରେ ଟେଲିମେଡିସିନ୍ ଜରିଆରେ ଚିକିତ୍ସା ସେବା ଆରମ୍ଭ

Share this: