Covid19 Odisha Today: ଆଜି ଓଡିଶାରୁ ୫୦୯ କୋଭିଡ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: Covid19 Odisha today ଓଡ଼ିଶାରେ କରୋନା ସଂକ୍ରମଣ (Odisha covid19) ବଢୁଛି।ଆଜି ମଧ୍ୟ ଦୈନିକ ସଂକ୍ରମଣ ୫୦୦ ଉପରେ ଅଛି। ଗତକାଲି ରାଜ୍ୟରୁ ୫୭୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ମଙ୍ଗଳବାର ୫୦୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି କାଲି ଅପେକ୍ଷା ଟିକେ କମ ରହିଛି। ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୫୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୯୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୧୦ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୦୦ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ଵରରୁ ୫ଜଣ, ବରଗଡ଼ରୁ ୨ଜଣ, ଭଦ୍ରକରୁ ୭ଜଣ, ବଲାଙ୍ଗୀରିରୁ ଜଣେ, ବୌଦରୁ ୨ଜଣ, କଟକରୁ ୧୧୦ଜଣ ଚିହ୍ନଟ ହୋଇଥିବାବେଳେ ଢେଙ୍କାନାଳରୁ ଜଣେ, ଗଜପତିରୁ ୪ଜଣ, ଗଞ୍ଜାମରୁ ୩ଜଣ, ଜଗତସିଂପୁରରୁ ୯ଜଣ, ଯାଜପୁରରୁ ୧୦ଜଣ, କଳାହାଣ୍ଡିରୁ ୬ଜଣ, କେନ୍ଦ୍ରାପଡାରୁ ୬ଜଣ, କୋରାପୁଟରୁ ୨ଜଣ, ମାଲକାନଗିରିରୁ ଜଣେ, ମୟୁରଭଞ୍ଜରୁ ୮ଜଣ, ନବରଙ୍ଗପୁରରୁ ଜଣେ, ନୟାଗଡରୁ ୯ଜଣ, ନୂଆପଡ଼ାରୁ ୪ଜଣ, ପୁରୀରୁ ୧୪ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସମ୍ବଲପୁରରୁ ୮ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡରୁ ୪୯ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୪୧ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩କୋଟି ୨୨ ଲକ୍ଷ ୫୭ ହଜାର ୭୭୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୯୪ ହଜାର ୫୮୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩୨୯ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୮୧ହଜାର ୮୬୫ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୫୩୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ଏଥିସହିତ ଜ୍ଵର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍ ପରୀକ୍ଷା କରି ପୃଥକବାସରେ ରୁହନ୍ତୁ। କୋଭିଡ୍ ନିୟମ ଅନୁପାଳନ ସହ ସତର୍କତା ଅବଲମ୍ବନ କରନ୍ତୁ। କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

mahimalive news

Read Also | Odisha Weather Report: ସୃଷ୍ଟି ହେଲା ଲଘୁଚାପ, ୪ ଦିନ ପ୍ରବଳ ବର୍ଷା

Share this:

Leave a Reply

Your email address will not be published. Required fields are marked *