Covid19 Odisha Updates: ଓଡ଼ିଶାରୁ ଆଜି ୨୪ ଜିଲ୍ଲାରୁ ୧୨୮ କୋଭିଡ ପଜିଟିଭ ଚିହ୍ନଟ
ଭୁବନେଶ୍ଵର: Odisha Covid-19 Updates News ଓଡିଶାରୁ ଆଜି ୨୪ ଜିଲ୍ଲାରୁ ୧୨୮ଜଣ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୨୫ଜଣ। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୭୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଅନୁଗୋଳ ଜିଲ୍ଲାରୁ ୪ଜଣ କରୋନା ଚିହ୍ନଟ ହୋଇଥିବା ବେଳେ ବାଲେଶ୍ଵରରୁ ୭ଜଣ, ବରଗଡ଼ରୁ ୨ଜଣ, ଭଦ୍ରକରୁ ଜଣେ, ବଲାଙ୍ଗୀରିରୁ ୯ଜଣ, ବୌଦରୁ ଜଣେ, କଟକରୁ ୨ଜଣ, ଦେଓଗଡରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତି ଜିଲ୍ଲାରୁ ୧୮ଜଣ, ଗଞ୍ଜାମରୁ ୩ଜଣ, ଜଗତସିଂପୁରରୁ ଜଣେ, ଯାଜପୁରରୁ ୪ଜଣ, ଝାରସୁଗୁଡାରୁ ୩ଜଣ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡାରୁ ଜଣେ, ଖୋର୍ଦ୍ଧାରୁ ୧୬ଜଣ, କୋରପୁଟରୁ ୨ଜଣ, ମୟୁରଭଞ୍ଜରୁ ୧୧ଜଣ, ନବରଂଗପୁରରୁ ୧୪ଜଣ, ନୂଆପଡ଼ାରୁ ଜଣେ, ସମ୍ବଲପୁରରୁ ୯ଜଣ, ସୁନ୍ଦରଗଡରୁ ୧୨ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୯୬ ଲକ୍ଷ ୮୬ ହଜାର ୫୩୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୬ ହଜାର ୨୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୧୩ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୫ ହଜାର ୯୮୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ ହଜାର ୧୧୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
Read Also | ସାବଧାନ! Fake Website ରେ ସରକାରୀ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି କି? ଦେଖନ୍ତୁ ଲିଷ୍ଟ