Covid19 Odisha Today: ରାଜ୍ୟରୁ ଆଜି ୧୧୩୦ କରୋନା ସଂକ୍ରମିତ ଚିହ୍ନଟ,ସୁନ୍ଦରଗଡରୁ ସର୍ବାଧିକ

covid-19 odisha_1130
Share this:

ଭୁବନେଶ୍ଵର: Covid19 Odisha today ଓଡ଼ିଶାରେ ବର୍ତ୍ତମାନ ଦୈନିକ କରୋନା ସଂକ୍ରମଣ ହଜାରେ ଉପରେ ରହୁଛି। ଗତକାଲି ରାଜ୍ୟରୁ ୧୧୭୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଶନିବାର ୧୧୩୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୧୪୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୬୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୬୮ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି କରୋନା ଚିହ୍ନଟଙ୍କ ମଧ୍ୟରେ ସର୍ବାଧିକ ସୁନ୍ଦରଗଡରୁ ୨୨୫ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୨ଜଣ, ବାଲେଶ୍ଵରରୁ ୨୫ଜଣ, ବରଗଡ଼ରୁ ୨୩ଜଣ, ଭଦ୍ରକରୁ ୧୪ଜଣ, ବଲାଙ୍ଗୀରିରୁ ୧୭ଜଣ, ବୌଦରୁ ଜଣେ, କଟକରୁ ୧୧୧ଜଣ ଚିହ୍ନଟ ହୋଇଥିବାବେଳେ ଦେଓଗଡରୁ ୩ଜଣ, ଢେଙ୍କାନାଳରୁ ୩ଜଣ, ଗଜପତିରୁ ୫ଜଣ, ଗଞ୍ଜାମରୁ ୪ଜଣ, ଜଗତସିଂପୁରରୁ ୧୦ଜଣ, ଯାଜପୁରରୁ ୩୫ଜଣ, ଝାରସୁଗୁଡାରୁ ୨୫ଜଣ, କଳାହାଣ୍ଡିରୁ ୯ଜଣ, କନ୍ଧମାଳରୁ ୧୭ଜଣ, କେନ୍ଦ୍ରାପଡ଼ାରୁ ୧୮ଜଣ, କେଉଁଝରରୁ ୧୧ଜଣ, ଖୋର୍ଦ୍ଧାରୁ ୨୦୯ଜଣ, କୋରାପୁଟରୁ ୧୧ଜଣ, ମାଲକାନଗିରିରୁ ଜଣେ, ମୟୁରଭଞ୍ଜରୁ ୯୩ଜଣ, ନବରଙ୍ଗପୁରରୁ ୯ଜଣ, ନୟାଗଡରୁ ୩୩ଜଣ, ପୁରୀରୁ ୧୪ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ରାୟଗଡ଼ାରୁ ୧୪ଜଣ, ସମ୍ବଲପୁରରୁ ୧୦୬ଜଣ, ସୋନପୁରରୁ ୧୮ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୪୭ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩କୋଟି ୨୪ଲକ୍ଷ ୮୦ହଜାର ୧୧୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୫୪ହଜାର ୯୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦୨୯ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୮୮ହଜାର ୯୭୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭,୩୪୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

advertisement_mahimalive

ଏଥିସହିତ ଜ୍ଵର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍ ପରୀକ୍ଷା କରି ପୃଥକବାସରେ ରୁହନ୍ତୁ। କୋଭିଡ୍ ନିୟମ ଅନୁପାଳନ ସହ ସତର୍କତା ଅବଲମ୍ବନ କରନ୍ତୁ। କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

mahimalive news
Share this:

Leave a Reply

Your email address will not be published. Required fields are marked *