Covid-19 Odisha Updates: ରାଜ୍ୟରେ କମୁଛି କରୋନା ସଂକ୍ରମଣ; ଆଜି ୮୫୯ ପଜିଟିଭ ଚିହ୍ନଟ, ୨୦ ମୃତ୍ୟୁ

Share this:

ଭୁବନେଶ୍ଵର: Odisha Covid-19 Updates ଓଡିଶାରେ ଆଜି କମିଛି କୋଭିଡ-୧୯ (Covid-19) ସଂକ୍ରମଣ। ଆଜି ରାଜ୍ୟରୁ ୮୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କୋଭିଡ ନିୟମ ପାଳନ କରି ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରହିବାରେ ସହାୟକ ହୁଅନ୍ତୁ। ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୧୭୨ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୦୩ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୫୬ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳ ଜିଲ୍ଲାରରୁ ୪୫ଜଣ, ବାଲେଶ୍ଵରରୁ ୨୧ଜଣ, ବରଗଡ଼ରୁ ୨୧ଜଣ, ଭଦ୍ରକରୁ ୧୨ଜଣ, ବଲାଙ୍ଗୀରିରୁ ୯ଜଣ, ବୌଦରୁ ୨୦ଜଣ, କଟକରୁ ୬୫ଜଣ, ଦେଓଗଡ଼ରୁ ୯ଜଣ, ଢେଙ୍କାନାଳରୁ ୯ଜଣ, ଗଜପତିରୁ ୩୯ଜଣ, ଗଞ୍ଜାମରୁ ୧୮ଜଣ, ଜଗତସିଂପୁରରୁ ୧୫ଜଣ, ଯାଜପୁରରୁ ୪୫ଜଣ, ଝାରସୁଗୁଡାରୁ ୨୪ଜଣ, କଳାହାଣ୍ଡିରୁ ୧୦ଜଣ, କନ୍ଧମାଳରୁ ୮ଜଣ, କେନ୍ଦ୍ରାପଡ଼ାରୁ ୨୫ଜଣ, କେଉଁଝରରୁ ୧୬ଜଣ, କୋରପୁଟରୁ ୭୧ଜଣ, ମାଲକାନଗିରିରୁ ୧୨ଜଣ, ମୟୁରଭଞ୍ଜରୁ ୩୪ଜଣ, ନବରଙ୍ଗପୁରୁ ୧୧ଜଣ, ନୟାଗଡ଼ରୁ ୧୯ଜଣ, ନୂଆପଡ଼ାରୁ ୧୩ଜଣ, ପୁରୀରୁ ୧୬ଜଣ, ରାୟଗଡାରୁ ୨୯ଜଣ, ସମ୍ବଲପୁରରୁ ୩୫ଜଣ, ସୋନପୁରରୁ ୧୮ଜଣ, ସୁନ୍ଦରଗଡରୁ ୬୨ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୮୪ ଲକ୍ଷ ୭୮ ହଜାର ୬୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୭୮ ହଜାର ୧୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୮୪୫ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୫୭ ହଜାର ୮୪୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧ ହଜାର ୩୨୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସେହିପରି ରାଜ୍ୟରେ ୨୦ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯୦୪ କୁ ବୃଦ୍ଧି ପାଇଛି।

Read Also | School Reopens: ଫେବ୍ରୁ୍ଆରି ୧୪ରେ ଖୋଲିବ ସ୍କୁଲ, କିନ୍ତୁ ପାଠପଢା ଆରମ୍ଭ ହେବ ୨୮ରୁ

Share this: