Covid19 Odisha: ଥଣ୍ଡା, କାଶ ଓ ଜ୍ୱର ହେଲେ ସଙ୍ଗରୋଧରେ ରହିବା ସହ ଟେଷ୍ଟିଂ କରାନ୍ତୁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Share this:

ଭୂବନେଶ୍ଵର: Covid19 Odisha ବର୍ତ୍ତମାନ ରାଜ୍ୟରେ ପ୍ରତି ଦଶ ହଜାର କରୋନା ନମୁନା ପରୀକ୍ଷାରୁ ୨୫ ଜଣଙ୍କର ପଜିଟିଭ୍‍ ବାହାରୁଥିବା ଜଣାପଡ଼ିଛି। ରାଜ୍ୟରେ କରୋନା ସଂକ୍ରମଣ ହାର ୦.୦୫ ରହିଥିବା ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର (Niranjan Mishra) କହିଛନ୍ତି। ତେବେ ଥଣ୍ଡା, କାଶ ଓ ଜ୍ୱର ହେଲେ ଲୋକମାନେ ତୁରନ୍ତ ନିଜକୁ ସଙ୍ଗରୋଧରେ ରଖି ନମୁନା ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଏପରି କେଲେ ଜନସାଧାରଣ ନିଜକୁ ତଥା ନିଜ ପରିବାର ଲୋକଙ୍କୁ ସୁରକ୍ଷିତ ରଖିପାରିବା ସହ ସଂକ୍ରମଣକୁ ରୋକା ଯାଇପାରିବ।

ସେ କହିଛନ୍ତି, କୋଭିଡକୁ ନେଇ ଆତଙ୍କିତ ହେଲା ଭଳି ସ୍ଥିତି ନାହିଁ। ଯେହେତୁ ଭୂତାଣୁ ଅଛି, ତେଣୁ ସଂକ୍ରମଣ ରହିବ ଓ ପରିବେଶ ପରିସ୍ଥିତି ଅନୁଯାୟୀ ଏହା ବଢ଼ିବ ବା କମିବ। ତେବେ ମୁଖ୍ୟ କଥା ହେଉଛି, କେତେ ଲୋକ ଗୁରୁତର ହେଉଛନ୍ତି ଓ ଡାକ୍ତରଖାନା ଯାଉଛନ୍ତି। ଯେଉଁଠାରେ ସଂକ୍ରମଣ ଦେଖାଦେଉଛି, ସେଠାରେ କଂଟାକ୍ଟ ଟ୍ରେସିଂ କରି ଚିକିତ୍ସା ଆରମ୍ଭ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।

Read Also | Corona Cases Odisha: ଓଡ଼ିଶାରୁ ଆଜି ୨୫ ପଜିଟିଭ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *