Covid19 Odisha Updates: ଓଡ଼ିଶାରେ ପୁଣି ବଢିଲା କରୋନା, ଆଜି ୧୦୫ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: Odisha Covid-19 Updates News ଓଡ଼ିଶାରେ ଗତ କିଛିଦିନ ଧରି ୧୦୦ ତଳକୁ ରହୁଥିଲା କରୋନା (Coronavirus) ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ରାଜ୍ୟରେ ୨୦ ଜିଲ୍ଲାରୁ ୮୦ଜଣ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଥିଲେ। କିନ୍ତୁ ଆଜି ରାଜ୍ୟରୁ ୧୦୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରୁ ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୨୨ଜଣ। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୪ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୧ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟଙ୍କ ମଧ୍ୟରେ ବାଲେଶ୍ଵରରୁ ୬ଜଣ, ବରଗଡ଼ରୁ ୨ଜଣ, ବଲାଙ୍ଗୀରିରୁ ୪ଜଣ, ବୌଦରୁ ୨ଜଣ, କଟକରୁ ଜଣେ, ଦେବଗଡରୁ ଜଣେ, ଗଜପତି ଜିଲ୍ଲାରୁ ୬ଜଣ, ଗଞ୍ଜାମରୁ ୩୨ଜଣ, ଜଗତସିଂପୁରରୁ ୩ଜଣ, ଯାଜପୁରରୁ ୫ଜଣ, ଝାରସୁଗୁଡାରୁ ଜଣେ, କନ୍ଧମାଳରୁ ୨ଜଣ, କେନ୍ଦ୍ରାପଡାରୁ ୨ଜଣ, ଖୋର୍ଦ୍ଧାରୁ ୫ଜଣ, କୋରାପୁଟରୁ ୪ଜଣ, ମୟୁରଭଞ୍ଜରୁ ୬ଜଣ, ସମ୍ବଲପୁରରୁ ୪ଜଣ, ସୁନ୍ଦରଗଡରୁ ୧୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩କୋଟି ୫୭ ହଜାର ୯୬୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୬ ହଜାର ୯୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୧୧ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୭ ହଜାର ୪୫ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୪୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Read Also | The kashmir files review: ଦ କାଶ୍ମୀର ଫାଇଲ୍ସ ବକ୍ସଅଫିସରେ ହିଟ, ଅନେକ ରାଜ୍ୟରେ ଟ୍ୟାକ୍ସ ଫ୍ରି

Share this: