Covid19 Odisha: ଆଜି ୧୭ ଜିଲ୍ଲାରୁ ୧୫୫ କରୋନା ପଜିଟିଭ ଚିହ୍ନଟ

covid-19 _DKL
Share this:

ଭୁବନେଶ୍ଵର: New Covid19 Cases odisha Latest Updates ଓଡ଼ିଶାରେ ଧୀରେ ଧୀରେ ବଢୁଛି କରୋନା ସଂକ୍ରମଣ। ଗତକାଲି ରାଜ୍ୟରୁ ୧୬୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଗୁରୁବାର ୧୫୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୧୬ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୯୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୯ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ଵରରୁ ୮ଜଣ, ବରଗଡ଼ରୁ ୩ଜଣ, ଭଦ୍ରକରୁ ୪ଜଣ, କଟକରୁ ୧୬ଜଣ ଚିହ୍ନଟ ହୋଇଥିବାବେଳେ ଢେଙ୍କାନାଳରୁ ଜଣେ, ଜଗତସିଂପୁରରୁ ୪ଜଣ, ଯାଜପୁରରୁ ୨ଜଣ, ଝାରସୁଗୁଡାରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, ମାଲକାନଗିରିରୁ ଜଣେ, ମୟୁରଭଞ୍ଜରୁ ଜଣେ, ନୟାଗଡରୁ ୨ଜଣ, ପୁରୀରୁ ୯ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ରାୟଗଡାରୁ ଜଣେ, ସମ୍ବଲପୁରରୁ ୩ଜଣ, ସୋନପୁରରୁ ୨ଜଣ, ସୁନ୍ଦରଗଡରୁ ୧୨ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୧୭ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩କୋଟି ୨୦ଲକ୍ଷ ୮୧ହଜାର ୮୬୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୯ ହଜାର ୭୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୫୫ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୯ ହଜାର ୮୪୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୨୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this:

Leave a Reply

Your email address will not be published. Required fields are marked *