ଆସନ୍ତା କାଲି ଠାରୁ କୋଭିଡ଼ ନିୟମାବଳୀ ଉଲ୍ଲଘନକାରୀଙ୍କ ପ୍ରତି ସ୍ଥାନୀୟ ପ୍ରଶାସନ ,ପୋଲିସ୍‌ର ଦଣ୍ଡବିଧାନ ଆହୁରି କଠୋର ହେବ

Share this:

ଭୁବନେଶ୍ଵର: ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ହ୍ଵିଲର ଦ୍ଵିପରୁ ହାଇପରସୋନିକ୍ (HSTDV) ଜ୍ଞାନକୌଶଳରେ ନିର୍ମିତ ଯାନର ପରୀକ୍ଷାମୂଳକ ଉଡ଼ାଣ ପ୍ରଦର୍ଶନ ନିମନ୍ତେ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (DRDO)କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ସ୍ୱଦେଶୀ ଜ୍ଞାନକୌଶଳ ଭାରତର ପ୍ରତିରକ୍ଷା ସାମର୍ଥ୍ୟକୁ ଅଧୁକ ସମୃଦ୍ଧ କରିବ।

ସେହିପରି, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମାଲକାନଗିରିର ସ୍ଵାଭିମାନ ଅଞ୍ଚଳରେ ରାଜ୍ୟ ସରକାରଙ୍କ ସହଯୋଗରେ ମୋବାଇଲ୍ ସେବା ଆରମ୍ଭ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଲୋକଙ୍କ ସୁବିଧା ସହ ପ୍ରଗତିର ଧାରାକୁ ଆହୁରି ତ୍ଵରାନ୍ଵତ କରିବା ଦିଗରେ ଆଉ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେପ୍ଟେମ୍ବର ମାସରୁ ଲକ୍ ଡାଉନ୍ କଟକଣା କୋହଳ ହେବା ପରେ ରାଜ୍ୟରେ ବିଶେଷ କରି କଟକ, ଭୁବନେଶ୍ଵରରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ସଂକ୍ରମଣ ପ୍ରତିରୋଧ ପାଇଁ ଜନସାଧାରଣ ସବୁପ୍ରକାର ସତର୍କତାମୂଳକ ସଚେତନତା ଅବଲମ୍ବନ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ପ୍ରେସ୍ ବିବୃତି ଜରିଆରେ ପରାମର୍ଶ ଦେଇଛନ୍ତି।

ସ୍ଵତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ଜେନା କହିଛନ୍ତି ଯେ ଓଡ଼ିଶାରେ ଏ ପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷ ୨୪ ହଜାର ଲୋକ କୋଭିଡ୍ (Covid -19 )ଦ୍ଵାରା ସଂକ୍ରମିତ ହୋଇସାରିଛନ୍ତି। ଦୈନିକ ରାଜ୍ୟରେ ୬୦ ହଜାର ରୁ ୬୫ ହଜାର କୋଭିଡ୍ ପରୀକ୍ଷଣ କରାଯାଉଛି। ରାଜ୍ୟରେ ୫୦ଟି କୋଭିଡ୍ ହସ୍‌ପିଟାଲ୍‌ କରାଯାଇଛି, ଯେଉଁଥିରେ କି କେଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ୭,୩୨୮ଟି ଶଯ୍ୟ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟାପ୍ତ ସଂଖ୍ୟକ କୋଭିଡ୍ କେୟାର ସେଣ୍ଟର, କୋଭିଡ୍ କେୟାର ହୋମ୍, କ୍ଲଷ୍ଟର ଟିଏମ୍‌ସି (TMC) ମଧ୍ୟ ଉପଲବ୍ଧ ଅଛି। କିନ୍ତୁ ସଂକ୍ରମଣ ରୋକିବା ନିମନ୍ତେ ମଣିଷର ବ୍ୟବହାରିକ ଏବଂ ଜୀବନଯାପନ ଶୈଳୀରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ଏକାନ୍ତ ଆବଶ୍ୟ।

ଲଡାଉନ୍ ଏବଂ ସଡାଉନ୍ ଦ୍ୱାରା ରାଜ୍ୟ ଓ ଦେଶର ଅର୍ଥନୀତି ବିଶେଷ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଜୀବନ ଓ ଜୀବିକାର ସନ୍ତୁଳନ ପାଇଁ ଜନସାଧାରଣଙ୍କୁ ଆହୁରି ଦାୟିତ୍ୱବାନ ହେବାକୁ ପଡ଼ିବ ଏବଂ କୋଭିଡ୍ କଟକଣାକୁ କଡ଼ାକଡ଼ି ଅନୁପାଳନ କରିବାକୁ ହେବ। ପରିବାରର ମୁରବୀ, ସମାଜର ସଚେତନ ନାଗରିକ, ଗୋଷ୍ଠୀ ସ୍ତରର ନେତୃବୃନ୍ଦ, ସାହିମୂରବୀ ଓ ନାଗରିକ କଲ୍ୟାଣ ସଂଗଠନର କର୍ମକର୍ତ୍ତା ନିଜନିଜ ସ୍ତରରେ କୋଭିଡ୍ ସଚେତନତା ସୃଷ୍ଟି କରିବା ନିମନ୍ତେ ସ୍ଵତନ୍ତ୍ର ରିଲିଫ୍‌ କମିଶନର କହିଛନ୍ତି।

ଆସନ୍ତା ବୁଧବାରଠାରୁ କୋଭିଡ଼ ନିୟମାବଳୀ ଉଲ୍ଲଘନକାରୀଙ୍କ ପ୍ରତି ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ୍‌ର ଦଣ୍ଡବିଧାନ ଆହୁରି କଠୋର ହେବ ବୋଲି ସ୍ଵତନ୍ତ୍ର ରିଲିଫ୍‌ କମିଶନର ସତର୍କ କରାଇ ଦେଇଛନ୍ତି।

Also Read:

ସାବଧାନ! ଆଧାର କାର୍ଡରେ ପୁରା ଜୀବନ କାଳରେ ଥରେ ମାତ୍ର ଏହି ଅପଡେଟ୍ କରିପାରିବେ

DRDO ତରଫରୁ ହାଇପରସୋନିକ୍ ଟେକ୍ନୋଲୋଜି ଯାନର ସଫଳ ପରୀକ୍ଷଣ

Share this: