Breaking Newsଓଡ଼ିଶା

ଅନୁଗୋଳ ରେ ଆଜି ୧୩ ଜଣ କରୋନା ପଜିଟିଭ ଚିହ୍ନଟ,କେବଳ ଗୋଟେ ଗାଁରୁ ୧୧ ଜଣ

Share this:

ଅନୁଗୋଳ: ଜିଲ୍ଲାରୁ ଆଜି ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୩ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୧୫ରେ ପହଞ୍ଚିଛି। ଏହି ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ସର୍ବାଧିକ ୧୧ ଜଣ ଓ ତାଳଚେର ବ୍ଲକ୍ ଅଞ୍ଚଳରୁ ୨ ଜଣ ଆଜି ଚିହ୍ନଟ ହୋଇଛନ୍ତି।

ବଅଁରପାଳ ବ୍ଳକ୍ ଅଞ୍ଚଳର ଗୋଟିଏ ଗ୍ରାମରୁ କେବଳ ୧୧ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୭ଜଣ ପୁରୁଷ ଓ ୪ ଜଣ ମହିଳା ଅଟନ୍ତି। ୭ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୭୫ , ୭୪ , ୫୦ , ୪୦ , ୨୨ , ୨୦ ଓ ୧୨ ବର୍ଷର ଜଣେ  ବାଳକ ହୋଇଥିବାବେଳେ ୪ ଜଣ ମହିଳାଙ୍କ ବୟସ ଯଥାକ୍ରମେ ୭୦, ୬୫ , ୪୫ ଓ ୪୦ ବର୍ଷ ଅଟେ। ଏମାନଙ୍କ ମଧ୍ୟରୁ ୧୦ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ଜଣେ ଅନ୍ୟ ଏକ ପରିବାରର ଯେଉଁମାନେ କି ପୂର୍ବରୁ ତାଙ୍କ ପରିବାରରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ତାଳଚେର ବ୍ଲକରୁ ଆକ୍ରାନ୍ତ ହୋଇଥିବା ୨ ଜଣହେଲେ  ମଧ୍ୟରେ ଜଣେ ୪୮ ବର୍ଷିୟ ପୁରୁଷ ଓ ୪୪ ବର୍ଷିୟା ମହିଳା। ମହିଳା ଜଣକ ସରକାରୀ କର୍ମଚାରୀ ଭାବେ ଏକ ଅସ୍ଥାୟୀ ମେଡିକାଲ ଶିବିରରେ ଦାୟିତ୍ଵରେ ଥିଲେ

ଏହି ୧୩ ଜଣ ଆକ୍ରାନ୍ତଙ୍କୁ ଆଜି ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ପଜିଟିଭ ବାହାରିଥିବା ଅଞ୍ଚଳକୁ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ଅଗ୍ନିଶମ ଅଧିକାରୀଙ୍କ ଦ୍ୱାରା ବିଶୋଧନ କରିବା ସହ କଣ୍ଟ୍ରାକ୍ଟ ଟ୍ରେସିଂ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ୯ ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ସ୍ଥାନାନ୍ତର ହୋଇଛନ୍ତି। ପୂର୍ବରୁ ସୁସ୍ଥ ହୋଇଥିବା ୨୦୭ ଜଣକୁ ମିଶାଇ ଜିଲ୍ଲାରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୧୬ରେ ପହଞ୍ଚିଛି।

Share this: