ରାଜ୍ୟ ରେ ଆଜି ସୁସ୍ଥ ହେଲେ ୮୦୭ ଜଣ କରୋନା ଆକ୍ରାନ୍ତ

Share this:

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୮୦୭ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୯ ହଜାର ୭୪୫ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୪୩୧ଜଣ,ଖୋର୍ଦ୍ଧା ରୁ ୧୨ଜଣ,ଗଜପତି ରୁ ୩୪ ଜଣ ,କନ୍ଧମାଳ ରୁ ୧୯ ଜଣ ,କଟକ ରୁ ୬୨ ଜଣ ,ରାୟଗଡା ରୁ ୪୭ ଜଣ, କେଉଁଝର ରୁ ୨୯ ଜଣ ,ସୁନ୍ଦରଗଡରୁ ୨୪ ଜଣ,ନୟାଗଡ ରୁ ୨୩ ଜଣ ,ଯାଜପୁର ରୁ ୨୧ ଜଣ,ବାଲେଶ୍ଵର ,କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜ ରୁ ୧୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଭଦ୍ରକ ଜିଲାରୁ ୧୩ ଜଣ ,ବରଗଡ଼ ରୁ ୧୧ ଜଣ ,ମାଲକାନଗିରି ରୁ ୧୦ ଜଣ ,ବଲାଙ୍ଗୀରି ଓ ସମ୍ବଲପୁର ରୁ ୭ ଜଣ ଲେଖାଏଁ,ଝାରସୁଗୁଡା ରୁ୬ ଜଣ ,ଢେଙ୍କାନାଳ ରୁ ୪ ଜଣ ,ଅନଗୁଳ ରୁ ୩ ଜଣ ଏବଂ କୋରାପୁଟ ଓ ପୁରୀ ଜିଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

Share this: