Covid19 Angul Update: ଅନୁଗୋଳ ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ଜିଲ୍ଲାରୁ ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୧୧୧ ରେ ପହଞ୍ଚିଲା।

ଆଜି ଚିହ୍ନଟ ଆକ୍ରାନ୍ତ ମାନଙ୍କ ମଧ୍ୟରେ ତାଳଚେର ବ୍ଲକ୍ ଓ ପୌରାଞ୍ଚଳରୁ ସର୍ବାଧିକ ୪୬ ଜଣ (୨୬ଜଣ ପୁରୁଷ ଓ ୨୦ ଜଣ ମହିଳା), ଅନୁଗୁଳ ବ୍ଲକ ଓ ପୌରାଞ୍ଚଳରୁ ୪୩ ଜଣ (୨୮ଜଣ ପୁରୁଷ ଓ ୧୫ଜଣ ମହିଳା), କଣିହାଁ ବ୍ଳକ୍ ଅଞ୍ଚଳରୁ ୨୭ ଜଣ (୧୩ଜଣ ପୁରୁଷ ଓ ୧୪ ଜଣ ମହିଳା), ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୨୪ ଜଣ (୧୧ଜଣ ପୁରୁଷ ଓ ୧୩ଜଣ ମହିଳା) ଅଛନ୍ତି।

ସେହିପରି କିଶୋରନଗର ବ୍ଲକ୍ ଅଞ୍ଚଳରୁ ୧୫ ଜଣ (୯ଜଣ ପୁରୁଷ ଓ ୬ଜଣ ମହିଳା), ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୮ ଜଣ (୫ଜଣ ପୁରୁଷ ଓ ୩ ଜଣ ମହିଳା) , ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୩ ଜଣ (୩ଜଣ ପୁରୁଷ) ଓ ପାଳଲହଡା ବ୍ଳକ୍ ଅଞ୍ଚଳରୁ ଜଣେ ପୁରୁଷ ଅଛନ୍ତି।

Image:@angul_dm

ଆଜି ଚିହ୍ନିତ ସମସ୍ତ ଆକ୍ରାନ୍ତ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି। ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୁଳ ଜିଲ୍ଲାରୁ ୯୭ ଜଣ ସୁସ୍ଥ ହୋଇଥିବାର ହୋଇଛନ୍ତି। ଏଥି ମଧ୍ୟରେ ୧୪ ଜଣ କୋଭିଡ ହସପିଟାଲରୁ ଓ ୮୩ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

Also Read:

ଯଦି ଅଭିଷେକଙ୍କ ବେକରେ ଫାଶୀ ଲାଗିଥାନ୍ତା?: କଙ୍ଗନା ରନାୱତ୍,ରାଜ୍ୟସଭାରେ ଜୟା ବଚ୍ଚନଙ୍କ ବୟାନ ପରେ ଏମିତି କାହିଁକି କହିଲେ…

ଭାରତର ଝଟକା ପରେ ଝଟକାରେ ଚୀନର ଅର୍ଥବ୍ୟବସ୍ଥା ଧ୍ଵସ୍ତ

Share this: