Covid Odisha Today: ଆଜି ପୁଣି ବଢିଛି ସଂକ୍ରମଣ, ରାଜ୍ୟରୁ ୩୭, ଦେଶରୁ ୧୦୪୬ ଚିହ୍ନଟ,
ଭୁବନେଶ୍ଵର: Covid Odisha Today ଓଡିଶାରେ କରୋନା ସଂକ୍ରମଣ ଦିନେ କମିଲେ ପୁଣି ଦିନେ ବଢିଯାଉଛି। ଗତକାଲି ରାଜ୍ୟରେ ସଂକ୍ରମଣ କମ୍ ରହିଥିଲା। ରାଜ୍ୟରୁ ଗତକାଲି ୧୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ୩୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସେହିପରି ଆଜି ରାଜ୍ୟରୁ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ( Covid Odisha Today)। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଓଡ଼ିଶାରୁ ଚିହ୍ନଟଙ୍କ ମଧ୍ୟରେ ଭଦ୍ରକ ଏବଂ ବଲାଙ୍ଗୀରିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କଟକରୁ ୫ଜଣ, ଦେଓଗଡରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୮ଜଣ, କୋରାପୁଟରୁ ଜଣେ ଚିହ୍ନଟ ହୋଇଛନ୍ତି। ଏଥିସହିତ ନୂଆପଡ଼ାରୁ ୨ଜଣ, ପୁରୀରୁ ଜଣେ, ସମ୍ବଲପୁରରୁ ୪ଜଣ, , ସୁନ୍ଦରଗଡରୁ ୧୧ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲରୁ ଜଣେ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୮ ଲକ୍ଷ ୪୩ ହଜାର ୫୯୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୬ ହଜାର ୧୬୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩୩ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୬ହଜାର ୬୫୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୫୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ସେହିପରି ଆଜି ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୦୪୬ ନୂତନ ମାମଲା ରିପୋର୍ଟ ହୋଇଛି, ଯାହା ଦେଶରେ ୪ କୋଟି ୪୬ ଲକ୍ଷ ୫୪ ହଜାର ୬୩୮ କୁ ବୃଦ୍ଧି ହୋଇଛି ବୋଲି କେନ୍ଦ୍ର ସରକାର ମଙ୍ଗଳବାର ପ୍ରକାଶ କରିଛନ୍ତି।
ଏଥିସହିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୯ ହଜାର ୭୭କୁ ବୃଦ୍ଧି ପାଇଛି। ଆଜି ୫୩ଜଣଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ଗୋଆରୁ କେବଳ ୪୬ଜଣ ଥିବାବେଳେ କେରଳରୁ ତିନିଜଣଙ୍କ ମୃତ୍ୟୁ ହୋଇଛି।
ମଙ୍ଗଳବାରର ତଥ୍ୟ ଅନୁଯାୟୀ ୨୪ଘଣ୍ଟା ମଧ୍ୟରେ ୨୯୪ଟି ମାମଲା ହ୍ରାସ ପାଇ ସକ୍ରିୟ ମାମଲା ୧୭ ହଜାର ୬୧୮କୁ ହ୍ରାସ ପାଇଛି। ସକ୍ରିୟ ମାମଲା ଭାରତରେ ମୋଟ ସଂକ୍ରମଣର ୦.୦୪ ପ୍ରତିଶତ ଅଟେ।
ଜାତୀୟ ପୁନରୁଦ୍ଧାର ହାର ୯୮.୭୮ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସରକାର କହିଛନ୍ତି। ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୧ ଲକ୍ଷ ୭ ହଜାର ୯୪୩କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୧୮ ପ୍ରତିଶତ ରେକର୍ଡ କରାଯାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବୁଲେଟିନ୍ ଅନୁଯାୟୀ, ଦେଶରେ ୨୧୯ କୋଟି ୬୪ ଲକ୍ଷ ଡୋଜ୍ କୋଭିଡ୍ ଟିକା ବର୍ତ୍ତମାନ ପର୍ଯ୍ୟନ୍ତ ଦେଶବ୍ୟାପୀ ଟୀକାକରଣ ଅଧୀନରେ ଦିଆଯାଇଛି।
YOU MIGHT ALSO LIKE IT
Read Also
- Subhadra Yojana Online Form Apply 2024: SHG ମହିଳା ସୁଭଦ୍ରା ଯୋଜନାରୁ ବାଦ!,ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ
- Naveen Patnaik: ସଂସଦରେ ନବୀନଙ୍କୁ ପ୍ରଶଂସା କଲେ ଅମିତ ଶାହା
- Ayodhya Ram Mandir: ରାମ ମନ୍ଦିରକୁ ସବୁଠୁ ବଡ଼ ଦାନ; ଗୁଜରାଟର ଜଣେ ବ୍ୟକ୍ତିଙ୍କ ୧୦୧ କେଜି ସୁନା ଦାନ, ଜାଣନ୍ତୁ କିଏ
- Street Crime Helpline Number: ବଟି ଓ ପୂଜା ଚାନ୍ଦା କେହି ମାଗୁଛି କି?; କରନ୍ତୁ ଅଭିଯୋଗ,ଟୋଲ ଫ୍ରି ନମ୍ବର ଜାରି
- Odisha Covid-19 Guidelines 2023: ଓଡ଼ିଶାରେ ଆସିବ ନୂଆ କୋଭିଡ ଗାଇଡଲାଇନ, ଭାରତରେ ୧୫୯୦ ନୂଆ କରୋନା ପଜିଟିଭ ଚିହ୍ନଟ