Covid Cases in Odisha: ଓଡ଼ିଶାରୁ ପୁଣି ଆଜି ୮୩୬ ଜଣ କୋଭିଡ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: Covid cases in Odisha in last 24 hours district Wise ଓଡ଼ିଶାରେ ଆଜି ୨୯ ଜିଲ୍ଲାରୁ ୮୩୬ଜଣ କରୋନା ସଂକ୍ରମିତ (Coronavirus Odisha) ଚିହ୍ନଟ ହୋଇଛନ୍ତି। ଗତକାଲି ଓଡିଶାରୁ ୮୭୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଶୁକ୍ରବାର ୮୩୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୧୬୯ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୮୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୪୮ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି କରୋନା ଚିହ୍ନଟଙ୍କ ମଧ୍ୟରେ ସର୍ବାଧିକ ସୁନ୍ଦରଗଡରୁ ୨୪୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୨ଜଣ, ବାଲେଶ୍ଵରରୁ ୯ଜଣ, ବରଗଡ଼ରୁ ୩୦ଜଣ, ଭଦ୍ରକରୁ ୪ଜଣ, ବଲାଙ୍ଗୀରିରୁ ୩୨ଜଣ, ବୌଦରୁ ୧୦ଜଣ, କଟକରୁ ୨୦ଜଣ ଚିହ୍ନଟ ହୋଇଥିବାବେଳେ ଦେଓଗଡରୁ ୬ଜଣ, ଢେଙ୍କାନାଳରୁ ୨ଜଣ, ଗଜପତିରୁ ୬ଜଣ, ଗଞ୍ଜାମରୁ ୨ଜଣ, ଜଗତସିଂପୁରରୁ ୪ଜଣ, ଯାଜପୁରରୁ ୧୪ଜଣ, ଝାରସୁଗୁଡାରୁ ୧୬ଜଣ, କଳାହାଣ୍ଡିରୁ ୨୫ଜଣ, କନ୍ଧମାଳରୁ ୧୬ଜଣ, କେନ୍ଦ୍ରାପଡାରୁ ୭ଜଣ, କେଉଁଝରରୁ ୮ଜଣ, ଖୋର୍ଦ୍ଧାରୁ ୧୧୭ଜଣ, କୋରାପୁଟରୁ ୧୭ଜଣ, ମୟୁରଭଞ୍ଜରୁ ୫୫ଜଣ, ନବରଙ୍ଗପୁରରୁ ୩୩ଜଣ, ନୟାଗଡରୁ ୧୯ଜଣ, ନୂଆପଡ଼ାରୁ ୨୧ଜଣ, ପୁରୀରୁ ୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ରାୟଗଡ଼ାରୁ ୯ଜଣ, ସମ୍ବଲପୁରରୁ ୬୨ଜଣ ଏବଂ ସୋନପୁରରୁ ୧୪ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୨୭ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩କୋଟି ୨୭ ଲକ୍ଷ ୪୪ ହଜାର ୬୪୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୧୭ ହଜାର ୩୦୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୯୭୯ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୧ ହଜାର ୯୩୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୧୮୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

advertisement_mahimalive

ସଚେତନତା ହିଁ କୋଭିଡରୁ ଆପଣଙ୍କୁ ସୁରକ୍ଷିତ କରିବ। ନିୟମିତ ମାସ୍କ ପିନ୍ଧିବା ସହ ସମସ୍ତ କୋଭିଡ ନିୟମ ପାଳନ ଦିଗରେ ସଚେତନ ହୁଅନ୍ତୁ ଏବଂ ଏହାକୁ କଡ଼ାକଡ଼ି ପାଳନ କରନ୍ତୁ। ଏଥିସହିତ ଜ୍ଵର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍ ପରୀକ୍ଷା କରି ପୃଥକବାସରେ ରୁହନ୍ତୁ। କୋଭିଡ୍ ନିୟମ ଅନୁପାଳନ ସହ ସତର୍କତା ଅବଲମ୍ବନ କରନ୍ତୁ। କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

mahimalive news

[amazon_auto_links id=”9932″]

Read Also | Voter ID link with Aadhaar: ଆରମ୍ଭ ହେଲା ଭୋଟର କାର୍ଡ ସହ ଆଧାର ଲିଙ୍କ

Share this:

Leave a Reply

Your email address will not be published. Required fields are marked *