Covid-19 Odisha:ଆଜି ରାଜ୍ୟରୁ ଆଉ ୩୫୩୫ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶାରେ ବର୍ତ୍ତମାନ କରୋନା ଭୂତାଣୁ  (Coronavirus)  ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩ ହଜାର ୫୩୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୦୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୫୧୯ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୫୩୩ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୨୦୭ଜଣ, ବାଲେଶ୍ଵରରୁ ୨୯୬ଜଣ, ବରଗଡ଼ରୁ ୮୬ଜଣ, ଭଦ୍ରକରୁ ୧୮୪ଜଣ, ବଲାଙ୍ଗୀରିରୁ ୧୮ଜଣ, ବୌଦ୍ଧରୁ ୫୨ଜଣ, କଟକରୁ ୩୨୦ଜଣ, ଦେଓଗଡ଼ରୁ ୨୫ଜଣ, ଢେଙ୍କାନାଳରୁ ୫୬ଜଣ, ଗଜପତିରୁ ୨୭ଜଣ, ଗଞ୍ଜାମରୁ ୨୬ଜଣ, ଜଗତସିଂପୁରରୁ ୯୦ଜଣ, ଯାଜପୁରରୁ ୩୪୮ଜଣ, ଝାରସୁଗୁଡାରୁ ୧୨ଜଣ, କଳାହାଣ୍ଡିରୁ ୩୫ଜଣ, କନ୍ଧମାଳରୁ ୫୬ଜଣ, କେନ୍ଦ୍ରାପଡ଼ାରୁ ୧୦୪ଜଣ, କେଉଁଝରରୁ ୯୨ଜଣ, କୋରାପୁଟରୁ ୫୬ଜଣ, ମୟୁରଭଞ୍ଜରୁ ୧୫୩ଜଣ, ମାଲକାନଗିରିରୁ ୬୮ଜଣ, ନବରଙ୍ଗପୁରରୁ ୮୫ଜଣ, ନୟାଗଡ଼ରୁ ୯୫ଜଣ, ନୂଆପଡ଼ାରୁ ୧୫ଜଣ, ପୁରୀରୁ ୧୮୭ଜଣ, ରାୟଗଡାରୁ ୭୩ଜଣ, ସମ୍ବଲପୁରରୁ ୩୯ଜଣ, ସୋନପୁରରୁ ୩୯ଜଣ, ସୁନ୍ଦରଗଡରୁ ୭୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୮୨ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୨୭ ଲକ୍ଷ ୭୭ ହଜାର ୭୩୯ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୫୯ ହଜାର ୫୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮ ହଜାର ୧୮୨ ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୪ ହଜାର ୯୮୧ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୧ ହଜାର ୧୦୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।  

Also Read | Watch: ଏଥର ବିନା ପରୀକ୍ଷାରେ ମିଳିବ ଡ୍ରାଇଭିଂ ଲାଇସେନ୍ସ, ଆଉ ଯିବାକୁ ପଡିବନି RTO

[amazon_auto_links id=”9932″]

Share this: