Covid-19 Odisha Updates: ରାଜ୍ୟରେ ଆଜି ୧୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

Share this:

ଭୁବନେଶ୍ଵର: ଆଜି ୧୯ ଜିଲ୍ଲାରୁ ୧୪୬ ଜଣ କରୋନା ଆକ୍ରନ୍ତ (Corona Virus) ଚିହ୍ନଟ ହୋଇଛନ୍ତି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୯ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅନଗୁଳରୁ ୩ଜଣ, ବାଲେଶ୍ଵରରୁ ୪ଜଣ, ବରଗଡ଼ରୁ ୩ଜଣ, ବଲାଙ୍ଗୀରିରୁ ୯ଜଣ, କଟକରୁ ୨୫ଜଣ, ଗଞ୍ଜାମରୁ ୫ଜଣ, ଜଗତସିଂପୁରରୁ ୩ଜଣ, ଯାଜପୁରରୁ ୪ଜଣ, ଝାରସୁଗୁଡାରୁ ଜଣେ, କଳାହାଣ୍ଡିରୁ ୨ଜଣ , କେନ୍ଦ୍ରାପଡ଼ାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୩୫ଜଣ, ମୟୁରଭଞ୍ଜରୁ ୧୩ ଜଣ,ନବରଙ୍ଗପୁରରୁ ଜଣେ, ନୂଆପଡ଼ାରୁ ୧୨ଜଣ, ପୁରୀରୁ ୨ଜଣ, ରାୟଗଡାରୁ ୨ଜଣ, ସମ୍ବଲପୁରରୁ ଜଣେ, ସୋନପୁରରୁ ୨ ଜଣ, ସୁନ୍ଦରଗଡରୁ ୧୨ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୮ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮୮ ଲକ୍ଷ ୧୪ହଜାର ୧୫୯ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ  ୩୮ହଜାର ୯୬୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୫୮ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୬ହଜାର ୧୨୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୬୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Lock Down and Night Curfew:ଫେରିଲା ଲକଡାଉନ ଏବଂ ନାଇଟ କର୍ଫ୍ୟୁ

Share this: