Covid 19 Odisha Today: ବଢୁଥିବା କରୋନା ସଂକ୍ରମଣଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ ଶେଷ, ଲାଗୁ ହୋଇପାରେ କଟକଣା!

Share this:

ନୂଆଦିଲ୍ଲୀ/ ଭୁବନେଶ୍ଵର: Covid 19 Odisha Today: ବିଶ୍ଵରେ ବଢୁଥିବା କୋଭିଡ-୧୯ (Covid-19) ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ (High-level meeting) କରିଛନ୍ତି। ଦେଶରେ କୋଭିଡ ସହ ଜଡିତ ପରିସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଚ୍ଚ ସ୍ତରୀୟ ବୈଠକ ସମାପ୍ତ ହୋଇଛି। ଚୀନ୍‌, ଜାପାନ, ଦକ୍ଷିଣ କୋରିଆ, ଫ୍ରାନ୍ସ ଓ ଆମେରିକାରେ କୋବିଡ୍‌ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଏହି ବୈଠକ ଡକାଯାଇଥିଲା।


ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ଵାରା ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ-୧୯ ଉପରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ, ପରୀକ୍ଷା ଏବଂ ଜେନୋମିକ କ୍ରମକୁ ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ। ଦୁର୍ବଳ ତଥା ବୃଦ୍ଧ ଗୋଷ୍ଠୀର ଲୋକଙ୍କ ପାଇଁ ‘ସତର୍କତା ଡୋଜ୍’ ନେବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୂଚନା ଦିଆଯାଇଛି ଯେ ଡିସେମ୍ବର ୨୨ ସୁଦ୍ଧା ଭାରତରେ କରୋନା କ୍ରମାଗତ ହ୍ରାସ ଘଟିଛି। ଦୈନିକ ମାମଲା ୧୫୩କୁ ହ୍ରାସ ପାଇଛି ଏବଂ ସାପ୍ତାହିକ ସକାରାତ୍ମକତା ୦.୧୪ % କୁ ହ୍ରାସ ପାଇଛି।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯନ୍ତ୍ରପାତି, ପ୍ରକ୍ରିୟା ଏବଂ ମାନବ ସମ୍ବଳ ଦୃଷ୍ଟିରୁ ସମସ୍ତ ସ୍ତରର ସମଗ୍ର କୋଭିଡ ଭିତ୍ତିଭୂମି ଉଚ୍ଚ ସ୍ତରର ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ, ଔଷଧ, ଟୀକା ଏବଂ ହସ୍ପିଟାଲ୍ ବେଡ୍ ସମ୍ବନ୍ଧରେ ଯଥେଷ୍ଟ ଉପଲବ୍ଧତା ଅଛି। ଅତ୍ୟାବଶ୍ୟକ ଔଷଧ ଉପଲବ୍ଧତା ଏବଂ ମୂଲ୍ୟ ଉପରେ ନିୟମିତ ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି।


ସୂଚନାଯୋଗ୍ୟ ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର କୋବିଡ୍‌ ସ୍ଥିତିର ସମୀକ୍ଷା କରିଥିଲେ। କୋଭିଡ୍ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୋପ ପାଇ ନାହିଁ ବୋଲି ଦର୍ଶାଇ ପର୍ଯ୍ୟବେକ୍ଷଣ ବୃଦ୍ଧି କରିବାକୁ ସେ ଅଫିସରମାନଙ୍କୁ ନିର୍ଦେଶ ଦେଇଥିଲେ। ଲୋକମାନେ କୋଭିଡ ନିୟମର ପାଳନ କରିବା ଓ ପ୍ରତିଷେଧକ ଟୀକା ନେବାକୁ ସେ ନିବେଦନ କରିଥିଲେ।


covid 19 odisha : ବଢୁଥିବା କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାରଙ୍କ ଆସନ୍ତା କାଲି ବୈଠକ


ଓଡ଼ିଶାରେ କରୋନା ସଂକ୍ରମଣ (Covid 19 Odisha Today) ବୃଦ୍ଧିକୁ ନେଇ ଆସନ୍ତାକାଲି ଦିନ ୧୨.୩୦ରେ ସଚିବାଳୟରେ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ କୋଭିଡ ସ୍ଥିତିକୁ ନେଇ ଆବଶ୍ୟକୀୟ ପଦକ୍ଷେପ କଣ ନିଆଯିବ ତାହା ଉପରେ ବୈଠକରେ ଆଲୋଚନା ହେବ ବୋଲି ସମ୍ଭାବନା ରହିଛି।


ସେହିପରି ସ୍ୱାସ୍ଥ୍ୟ ବିଭାଗ ସହ ଆରଏମଆରସି, ଆଇଏଲଏସ ଓ ବିଭିନ୍ନ ମେଡ଼ିକାଲ୍ କଲେଜ କର୍ତ୍ତୃପ କ୍ଷ ବୈଠକରେ ସାମିଲ ହେବେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରାଯାଇଛି। ବିଶେଷ କରି ଗହଳି ସମୟରେ ମାକ୍ସ ପିନ୍ଧିବାକୁ ନ ଭୁଲିବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସେପ୍ଟମ୍ବର ୩୦ରେ ଯେଉଁ ଭାରିଏଣ୍ଟ ଜଣକ (covid 19 odisha update) ପାଖେ ଚିହ୍ନଟ ହୋଇଥିଲା। ଏହା ପରେ ଏହି ବି୭ ଭାରିଏଣ୍ଟର କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।


ସେ କହିଛନ୍ତି ଯେ ଭୟଭୀତ ହେବାର ଆବଶ୍ୟକ ନାହିଁ। ଚୀନରେ ଏହା ବ୍ୟାପୁଛି, ତାହା ନୁହେଁ ଯେ ଭାରତରେ ସେହି ହାରରେ ଏହା ବ୍ୟାପିବ ଓ ଆକ୍ରାନ୍ତ କରାଇବ। ସର୍ଭେଲାନ୍ସ ଜାରି ରହିଛି ଆଗକୁ ବି ରହିବ। ବୁଷ୍ଟର ଡୋଜ ନେବାକୁ ସମସ୍ତଙ୍କୁ ଅନୁରୋଧ। ସେ ଲୋକଙ୍କୁ ନିବେଦନ କରି କହିଛନ୍ତି, ସଚେତନ ହୁଅନ୍ତୁ, ଅଯଥା ଗହଳି କରନ୍ତୁ ନାହିଁ। ଗହଳିକୁ ଗଲେ ମାସ୍କ ପିନ୍ଧନ୍ତୁ। ନିଜ ପାଇଁ ନିଜେ ସତର୍କ ହୁଅନ୍ତୁ। ଟେଷ୍ଟିଂ, ଟ୍ରାକିଂ,ଟ୍ରିଟମେଣ୍ଟ ସରକାର କରୁଛନ୍ତି ତାହା ଜାରି ରହିବ। ଭାରତ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଆଗକୁ କଟକଣା ଲାଗୁ ହେବ।

Read Also : Omicron Subvariant BF.7 Odisha: ଓଡ଼ିଶାରେ ଚିହ୍ନଟ ହେଲା କରୋନାର ସବ୍‌ ଭାରିଆଣ୍ଟ ବିଏଫ୍‌-୭!

FROM THE WEB

Share this:

Leave a Reply

Your email address will not be published. Required fields are marked *