Covid-19 Odisha: ଆଜି ରାଜ୍ୟରୁ ଆଉ ୩୮୦୬ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶାରେ କରୋନା ଭୂତାଣୁ  (Coronavirus)  ସଂକ୍ରମିତଙ୍କ ସଂଖ୍ୟା ଆଜି ପୁଣି ବଢିଛି। ଗତ ୨୪ ଘଣ୍ଟାରେ ୩ ହଜାର ୮୦୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୧୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୬୩୪ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୬୧୭ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୭୫ ଜଣ, ବାଲେଶ୍ଵରରୁ ୨୨୦ଜଣ, ବରଗଡ଼ରୁ ୫୮ଜଣ, ଭଦ୍ରକରୁ ୧୫୮ଜଣ, ବଲାଙ୍ଗୀରିରୁ ୨୮ଜଣ, ବୌଦ୍ଧରୁ ୩୫ଜଣ, କଟକରୁ ୩୯୩ଜଣ, ଦେଓଗଡ଼ରୁ ୩୦ଜଣ, ଢେଙ୍କାନାଳରୁ ୪୩ଜଣ, ଗଜପତିରୁ ୪୫ଜଣ, ଗଞ୍ଜାମରୁ ୩୬ଜଣ, ଜଗତସିଂପୁରରୁ ୧୩୦ଜଣ, ଯାଜପୁରରୁ ୩୪୬ଜଣ, ଝାରସୁଗୁଡାରୁ ୧୯ଜଣ, କଳାହାଣ୍ଡିରୁ ୪୩ଜଣ, କନ୍ଧମାଳରୁ ୩୪ଜଣ, କେନ୍ଦ୍ରାପଡ଼ାରୁ ୧୪୫ଜଣ, କେଉଁଝରରୁ ୮୧ଜଣ, କୋରାପୁଟରୁ ୭୭ଜଣ, ମୟୁରଭଞ୍ଜରୁ ୧୫୯ଜଣ, ମାଲକନଗିରିରୁ ୭୫ଜଣ, ନବରଙ୍ଗପୁରରୁ ୮୮ଜଣ, ନୟାଗଡ଼ରୁ ୧୩୪ଜଣ, ନୂଆପଡ଼ାରୁ ୩୧ଜଣ, ପୁରୀରୁ ୨୦୦ଜଣ, ରାୟଗଡାରୁ ୧୧୧ଜଣ, ସମ୍ବଲପୁରରୁ ୪୫ଜଣ, ସୋନପୁରରୁ ୩୬ଜଣ, ସୁନ୍ଦରଗଡରୁ ୧୧୯ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୯୫ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୨୯ ଲକ୍ଷ ୬୪ ହଜାର ୭୦୫ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୭୦ ହଜାର ୪୯୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬ ହଜାର ୨୪୦ ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୨୩ ହଜାର ୫୯୯ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୩ ହଜାର ୩୩୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।   

Also Read | Watch: CBSE:ଯେଉଁମାନେ ମାର୍କରେ ଅସନ୍ତୁଷ୍ଠ,ସେମାନେ ଅଫ‌ଲାଇନ୍ ପରୀକ୍ଷା ଦେଇପାରିବେ

[amazon_auto_links id=”9932″]

Share this: