ଓଡ଼ିଶାରେ ରେକର୍ଡ ସଂଖ୍ୟକ ୧୫୯୪ କରୋନା ପଜିଟିଭ ଚିହ୍ନଟ; କେବଳ ଗଞ୍ଜାମ ଏବଂ ଖୋର୍ଦ୍ଧା ରେ ୧୦୫୨

Share this:

ରାଜ୍ୟରେ ଆଜି ୧୫୯୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୦୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୨୭ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୮ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୭୩୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ୩୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ରୁ ୧୩୬ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫୬ ଜଣ  ଆକ୍ରାନ୍ତ ହୋଇଛନ୍ତି। କନ୍ଧମାଳ  ରୁ ୧୭ ଜଣ ,କୋରାପୁଟ  ରୁ ୩୩ ଜଣ , କେଉଁଝର ରୁ ୨୦ ଜଣ ଓ କଳାହାଣ୍ଡି  ରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯ ଜଣ ସଂକ୍ରମିତ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ୫  ଜଣ ସଂକ୍ରମିତ ହୋଇଛନ୍ତି। ଜଗତସିଂହପୁର ରୁ ୩ ଜଣ , ଝାରସୁଗୁଡା ଜିଲ୍ଲାରୁ ୮ ଜଣ ସଂକ୍ରମିତ ହୋଇଛନ୍ତି। ବାଲେଶ୍ବର ରୁ ୨୨ ଜଣ,ବରଗଡ଼ ରୁ ୮ଜଣ ଜଣ, ବଲାଙ୍ଗୀରି ରୁ ୬ଜଣ ,ବୌଦ୍ଧ ରୁ ୪୧ଜଣ ଏବଂ ଭଦ୍ରକ ରୁ ୬ ଜଣ ସଂକ୍ରମିତ ହୋଇଛନ୍ତି।ଗଜପତି ରୁ ୩ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀ ରୁ ୩୦ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁର ରୁ ୧୩ ଜଣ ଓ ସୋନପୁର ରୁ ୪ଜଣ ସଂକ୍ରମିତ ହୋଇଛନ୍ତି। ନବରଙ୍ଗପୁର ରୁ ୩  ଜଣ, ନୟାଗଡ ରୁ ୧୦ଜଣ ଏବଂ ନୂଆପଡ଼ା ରୁ ଜଣେ ସଂକ୍ରମିତ ହୋଇଛନ୍ତି।ଢେଙ୍କାନାଳ ରୁ ୨ଜଣ ସଂକ୍ରମିତ ହୋଇଛନ୍ତି। ଅନୁଗୋଳ ରୁ ୧୦ ଜଣ ସଂକ୍ରମିତ ହୋଇଛନ୍ତି। ମୟୂରଭଞ୍ଜ ରୁ ୩୨ ଜଣ ଓ ମାଲକାନଗିରି ରୁ ୯ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪  ଲକ୍ଷ ୩୩ହଜାର ୫୭୮ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨୨ ହଜାର ୬୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ଛନ୍ତି। ୧୪   ହଜାର ୩୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮  ହଜାର ୧୪୮ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share this: