ବିହାର ର ୧୦ ଜିଲ୍ଲାରେ ବନ୍ୟା, ସ୍ଥିତି ଭୟଙ୍କର

Share this:

ପାଟନା: ଗତ କିଛିଦିନ ଧରି ଲଗାତର ବର୍ଷା ରେ  ବିହାର ରେ ବନ୍ୟା ସୃଷ୍ଟି ହୋଇଛି। ବର୍ଷା ମଧ୍ୟରେ ବିହାରରେ ନଦୀର ଜଳସ୍ତର ବଢୁଛି। ଫଳରେ ଶହ ଶହ ଗାଁ ବନ୍ୟା ପରିସ୍ଥିତିରେ ରହିଛି। ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ଲୋକମାନେ ନିମ୍ନ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ଯିବା ଜାରି ରଖିଛନ୍ତି । ଫସଲ ବୁଡ଼ି ନଷ୍ଟ ହୋଇଗଲାଣି । ବନ୍ଧଗୁଡ଼ିକ ଉପରେ ପ୍ରବଳ ଜଳ ଚାପରେ ବନ୍ଧଗୁଡିକ ଭାଙ୍ଗୁଛି। କିଛିଦିନ ତଳେ ଗୋପାଳଗଞ୍ଜରେ ଥିବା ରିଙ୍ଗ ଡ୍ୟାମର ଭାଙ୍ଗିବା ଫଳରେ ମୁଖ୍ୟ ବନ୍ଧକୁ ବିପଦରେ ପକାଇଛି।

ଗୋପାଳଗଞ୍ଜ କୁ ବେତିୟା ସହିତ ସଂଯୋଗ କରୁଥିବା ଗଣ୍ଡକ  ନଦୀର ଯାଦୋପୁର-ମଙ୍ଗଳପୁର ମହାସେଟୁ ଯୋଗାଯୋଗ ରାସ୍ତା ଭୁଶୁଡି ପଡିଛି। ସୀତାମାଢି ଏବଂ ପୂର୍ବ ଚମ୍ପାରନ୍ ସଡକ ସଂଯୋଗ ବାଧାପ୍ରାପ୍ତ ହୋଇଛି । ପଶ୍ଚିମ ଚମ୍ପାରାନର ବେତିୟା-ଗୋପାଳଗଞ୍ଜ ରାସ୍ତାରେ ଯାତାୟାତ ବନ୍ଦ ରହିଛି।

ବର୍ତ୍ତମାନ ବିହାରର ଦଶଟି ଟି ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ବନ୍ୟା ଯୋଗୁଁ ୭ ଲକ୍ଷ ୬୫ ହଜାର ୧୯୧ ଜଣ ଲୋକ ପ୍ରଭାବିତ ହୋଇଛି, ୩୬ ହାଜର ୪୪୮ ଜଣ  ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସୀତାମାଢି , ଶିବହାର, ସୁପଲ, କିଶାନଗଞ୍ଜ, ଦରଭଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ, ପୂର୍ବ ଚମ୍ପାରନ୍, ପଶ୍ଚିମ ଚମ୍ପରନ୍ ସହିତ ଖଗାଡିଆ ଜିଲ୍ଲାର ୬୪ ଟି ବ୍ଲକର ୪୨୬ ଟି ପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଲୋକମାନେ ୨୮  ଟି ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି।

ବିହାରରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF) ର ୨୧ ଟି ଟିମ୍ ନିୟୋଜିତ ହୋଇଛନ୍ତି।

Share this: