Coronavirus Vaccine Dry Run: ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ମାଗଣାରେ ଟିକା ଦିଆଯିବ
ନୂଆଦିଲ୍ଲୀ: କରୋନା ଟୀକାକରଣ (Corona Virus Vaccination) ପାଇଁ କେନ୍ଦ୍ର ସରକାର ଜୋରଦାର ପଦକ୍ଷେପ ଆରମ୍ଭ କରିଛନ୍ତି। ଆଜି ସାରା ଦେଶରେ ଟୀକାକରଣର Dry Run ଚାଲିଛି। ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ (Dr Harsh Vardhan, Minister of Health and Family Welfare) କହିଛନ୍ତି ଯେ ଏହି ଟିକା ଦିଲ୍ଲୀରେ ନୁହେଁ ସମଗ୍ର ଦେଶରେ ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ଏକ କୋଟି ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ଦୁଇ କୋଟି ଫ୍ରଣ୍ଟଲାଇନ କର୍ମଚାରୀ ମାଗଣା ଟିକା ପାଇବେ।
#WATCH | Not just in Delhi, it will be free across the country: Union Health Minister Dr Harsh Vardhan on being asked if COVID-19 vaccine will be provided free of cost pic.twitter.com/xuN7gmiF8S
— ANI (@ANI) January 2, 2021
ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ହସ୍ପିଟାଲକୁ ଯାଇ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ସେ କହିଛନ୍ତି ଯେ ଗୁଜବକୁ ଅଣଦେଖା କରନ୍ତୁ। ନିରାପଦ ଏବଂ ପ୍ରଭାବଶାଳୀ ଟିକା ଆମର ପ୍ରାଥମିକତା ଅଟେ। ପୋଲିଓ ଟୀକାକରଣ ସମୟରେ ଅନେକ ଗୁଜବ ପ୍ରଚାରିତ ହୋଇଥିଲା, କିନ୍ତୁ ଲୋକମାନେ ଟୀକାକରଣ କରିଥିଲେ ଏବଂ ଆଜି ଦେଶ ପୋଲିଓ ମୁକ୍ତ ହୋଇଛି।
Coronavirus Vaccine Dry Run ପ୍ରକ୍ରିୟାରେ ଟୀକାକରଣ ବ୍ୟତୀତ ଚାରିଟି ପଦକ୍ଷେପ ଅନ୍ତର୍ଭୁକ୍ତ। ଏଥିମଧ୍ୟରେ ୧. ହିତାଧିକାରୀ (ଯେଉଁମାନଙ୍କୁ ଡମି ଟିକା ବାକୁ ପଡିବ) ୨. ଟିକା ଦିଆଯିବାକୁ ଥିବା ସ୍ଥାନର ବିବରଣୀ ୩. ସେହି ସ୍ଥାନରେ ଡକ୍ୟୁମେଣ୍ଟ ଯାଞ୍ଚ ୪. ମକ୍ ଡ୍ରିଲ୍ ଅପଲୋଡ୍ କରିବା ଏବଂ ଟିକା ଉପରେ ସୂଚନା ରିପୋର୍ଟ କରିବା
Dry Run ପ୍ରଥମ ତାଲିକାରେ ଅନ୍ତର୍ଭୁକ୍ତ କିଛି ଲୋକଙ୍କୁ ଡମି ଟିକା ଦିଆଯିବ। ଏହି ସମୟ ମଧ୍ୟରେ, ଟୀକାକରଣ ଆରମ୍ଭ ପାଇଁ ଆବଶ୍ୟକ ବ୍ୟବସ୍ଥା ସମୀକ୍ଷା କରାଯିବ। ପ୍ରକୃତ ଟୀକାକରଣ ସମୟରେ ଏହା ସମ୍ଭାବ୍ୟ ତ୍ରୁଟିର ସମାଧାନ କରିବାକୁ ଚେଷ୍ଟା କରିବ।
ମେଡିକାଲ୍ ଅଫିସର ଇନଚାର୍ଜ ପ୍ରତ୍ୟେକ ସାଇଟରେ ୨୫ ହିତାଧିକାରୀ ଚୟନ କରିବେ। ପ୍ରତ୍ୟେକ କେନ୍ଦ୍ରରେ ତିନୋଟି କୋଠରୀ ରହିବ। ପ୍ରଥମ କୋଠରୀ ଅପେକ୍ଷା ପାଇଁ ରହିବ। ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ସୂଚନାର ଏକ ଡେମୋ ପ୍ରସ୍ତୁତ ହେବ। ଅନ୍ୟ ଏକ କୋଠରୀରେ ଟିକା ଦିଆଯିବ। ତୃତୀୟ କୋଠରୀରେ ଟିକା ଦେବା ପରେ ୩୦ ମିନିଟ୍ ପର୍ଯ୍ୟନ୍ତ ରଖାଯିବ। ଯାହାଦ୍ୱାରା କୋଣସି ଅସୁବିଧା ହେଲେ ତାଙ୍କୁ ଚିକିତ୍ସା ଦିଆଯାଇପାରିବ।
କୋ-ୱିନ୍ (Co-WIN) ଆପରେ (App) ହିତାଧିକାରୀ ତଥ୍ୟ ଅପଲୋଡ୍ କରିବାକୁ ରାଜ୍ୟ ଏବଂ ୟୁନିଅନ୍ ଟେରିଟୋରୀଗୁଡ଼ିକୁ କୁହାଯାଇଛି। ଟିକା ବିତରଣ ଏବଂ ମନିଟରିଂ ପାଇଁ ଏହା ଏକ ଅନଲାଇନ୍ ପ୍ଲାଟଫର୍ମ। ଏହି ପ୍ରକ୍ରିୟା ପରେ Co-WIN ଉପଯୋଗୀ ହେବ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ପ୍ରାୟ ୯୬ ହଜାର ଟୀକାକରଣକାରୀଙ୍କୁ ଟୀକାକରଣ ତାଲିମ ଦିଆଯାଇଛି। ୨୩୬୦ ଅଂଶଗ୍ରହଣକାରୀଙ୍କୁ ଜାତୀୟ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ୭୧୯ ଟି ଜିଲ୍ଲାର ୫୭ ହଜାରରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ତାଲିମ ଦିଆଯାଇଛି। ଟିକା ସହ ଜଡିତ କୋଣସି ସୂଚନା ଯେକୋଣସି ରାଜ୍ୟରେ 104 ନମ୍ବର ଡାଏଲ କରି ମିଳିପାରିବ।