Covid 19 China Lab Leak: ଜଣା ପଡିଲା କରୋନା କେଉଁଠୁ ଆସିଥିଲା!
ନୂଆଦିଲ୍ଲୀ: Covid 19 China Lab Leak କରୋନା ମହାମାରୀକୁ ନେଇ ଏକ ଚାଞ୍ଚଲ୍ୟକର ଖବର ଆମେରିକାରୁ ଆସିଛି। ଖବର ଅନୁସାରେ ଚାଇନାର ୱହାନରେ ଅବସ୍ଥିତ ଏକ ବିବାଦୀୟ ରିସର୍ଚ ଲାବୋରେଟୋରୀରେ କାର୍ଯ୍ୟ କରୁଥିବା ଜଣେ ଆମେରିକୀୟ ବୈଜ୍ଞାନିକ ଏକ ଚମତ୍କାର ତଥ୍ୟ ପ୍ରକାଶ କରିଛନ୍ତି। ମହାମାରୀ ବିଜ୍ଞାନୀ ଆଣ୍ଡ୍ରିୟୁ ହଫ୍ ଦାବିକରି କହିଛନ୍ତି ଯେ କୋଭିଡ-୧୯ (COVID-19) ମନୁଷ୍ୟକୃତ ଭୁତାଣୁ, ଯାହା ଚୀନ ଲାବୋରେଟୋରୀରୁ ବାହାରିଥିଲା।
ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁସାରେ, ମହାମାରୀ ବିଜ୍ଞାନୀ ହଫ୍ ନିଜ ବହି ‘ଦି ଟ୍ରୁଥ୍ ଅବାଉଟ୍ ଉହାନ’ରେ ଏକ ତଥ୍ୟ ଦେଇଛନ୍ତି । କୋଭିଡ-୧୯ ଭାଇରସ୍ ପ୍ରାକୃତିକ ନୁହେଁ ବରଂ ଏହା ଏକ ମଣିଷ ତିଆରି ଭୂତାଣୁ ବୋଲି ସେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଚୀନର ବିବାଦୀୟ ରିସର୍ଚ୍ଚ ସେଣ୍ଟରରେ ୱହାନ ‘ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି’ (Covid 19 China Lab Leak) ରେ ଏହି ମାରାତ୍ମକ ଭୂତାଣୁକୁ ନେଇ ଗବେଷଣା କରାଯାଉଥିଲା। ଦୀର୍ଘ ସମୟର ରିସର୍ଚ୍ଚ ପରେ ଲ୍ୟାବ୍ରୁ ଭୂତାଣୁ ଲିକ୍ ହୋଇଛି ବୋଲି ହଫ୍ ଉଲ୍ଲେଖ କରିଛନ୍ତି। ସବୁଠୁ ବଡ଼ କଥା ହେଉଛି ଏହି ଭୂତାଣୁ ରିସର୍ଚ୍ଚ ପାଇଁ ଆମେରିକା ଫଣ୍ଡିଂ କରୁଥିଲା ବୋଲି ସେ ଦାବି କରିଛନ୍ତି।
ସେହିପରି ନ୍ୟୁୟର୍କ ପୋଷ୍ଟ ଆମେରିକୀୟ ବୈଜ୍ଞାନିକ ତଥା ଅନୁସନ୍ଧାନକାରୀ ଆଣ୍ଡ୍ରିୟୁ ହଫଙ୍କ ବ୍ରିଟିଶ ଖବରକାଗଜ ‘ଟାବଲାଏଡ୍ ଦି ସନ’ ରେ ଦେଇଥିବା ବିବୃତ୍ତିକୁ ଉଦ୍ଧୃତ କରିଛି ଯେ ଦୁଇ ବର୍ଷ ପୂର୍ବେ ୱୁହାନରୁ କୋଭିଡ ଭୂତାଣୁ ଲିକ ହୋଇଥିଲା।
ସୂଚନାଯୋଗ୍ୟ, ୱୁହାନ୍ ଲ୍ୟାବ୍ କୋଭିଡ୍-୧୯ ର ଉତ୍ପତ୍ତି ବିଷୟରେ ବିଶ୍ୱରେ ଆମେରିକା ସମେତ ଅନେକ ଦେଶ ଏଠାରେ ଭୂତାଣୁ ପ୍ରସ୍ତୁତ ହୋଇ ଲିକ୍ ହୋଇଥିବା ଅଭିଯୋଗ କରିଥିଲେ। ତେବେ ଚାଇନାର ସରକାରୀ କର୍ମଚାରୀ ଏବଂ ୱୁହାନ ଲ୍ୟାବ କର୍ମଚାରୀମାନେ ୱୁହାନ ଲ୍ୟାବରେ ଏହି ଭୂତାଣୁ ଉତ୍ପନ୍ନ ହୋଇଥିବା କଥାକୁ ଅସ୍ୱୀକାର କରୁଛନ୍ତି।
Read Also
- Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର

- Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ

- Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି

- PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ

- Gold Rate Today: ଆଜିର ସୁନା ଦର, ଦିନେ ବଢୁଛି ଦିନେ କମୁଛି

